ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକରେ ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଆଜି ୧୪ ଅଗଷ୍ଟ ଦେଶ ପାଳୁଛି ୭୯ତମ ସ୍ଵାଧୀନତା ଦିବସ । ଏହି ଅବସରରେ ମୁନିଗୁଡା ବ୍ଲକ ମଣ୍ଡଳ ସଭାପତି ସୁବାଷ ଗୈଡ ଙ୍କ ନେତୃତ୍ୱରେ ମୁନିଗୁଡା ମହାବିଦ୍ୟାଳୟ ଠାରୁ ସଭା ଯାତ୍ରା ବାହାରି ମୁନିଖୋଲ କନିକା ମନ୍ଦିର ଛକ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି।
ମୁଖ୍ୟ ଅତିଥି ଶ୍ରୀ ଜଗନ୍ନାଥ ନୁଣ୍ଡୃକା ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁନିଗୁଡ଼ା ସମ୍ମାନିତ ଅତିଥି କୋରାପୁଟ ଲୋକ ସଭା ପ୍ରତିନିଧି କାଳିରାମ ମାଝୀ, ସମ୍ମାନୀୟ ଅତିଥି ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ରାମ ଚନ୍ଦ୍ର ବେହେରା ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି କହିଲେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆମ ସମସ୍ତଙ୍କୁ ଦେଶ ପ୍ରେମର ସୂତ୍ରରେ ବାନ୍ଧିବାରେ ସଫଳ ହେଉଛି ।
ଜାତୀୟ ପତାକା ଦେଶ ବାସୀଙ୍କ ପାଇଁ ସମ୍ମାନ ଓ ଗୌରବ ବହନ କରିଥାଏ। ଏହା ହେଉଛି ଆମ ଦେଶର ପ୍ରତୀକ । ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ, ଏହା ମଧ୍ୟ ରାଷ୍ଟ୍ରୀୟ ଏକତା, ସହିଷ୍ଣୁତା ଓ ବନ୍ଧୁତାର ପ୍ରତୀକ ଅଟେ। ଜାତି, ଧର୍ମ ନିର୍ବିଶେଷରେ ସବୁ ଭାରତୀୟ ତ୍ରିରଙ୍ଗା ତଳେ, ଯେତେବେଳେ ଏକଜୁଟ ହେବେ ସେତେବେଳେ କୌଣସି ଶକ୍ତି ଆମ ବିରୋଧରେ ସଫଳ ହେବେ ନାହିଁ। ତ୍ରିରଙ୍ଗାର ତିନି ରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ।
ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୂକ ସାକ୍ଷୀ। ଆଜି ର ଏହି ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରାରେ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦଳପତି, ମୁନିଗୁଡା ଆଇ . ଆଇ . ସି ସୈଦାମିନି ବେହେରା , ମୁନିଗୁଡା ବ୍ଲକ୍ ଯୁବ ମୋର୍ଚ୍ଚା ସଭାପତି ଟୁନା କରକରିଆ , ମୁନିଗୁଡା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ହୃଷିକେଶ ଜାଲି , ପୂର୍ବତନ ମଣ୍ଡଳ ସଭାପତି ଜଗା ଶବର , ଜିଲ୍ଲା ସଂମ୍ପାଦକ ରାମ କୃଷ୍ଣ ପଣ୍ଡା , ରାୟଗଡ଼ା ଜିଲ୍ଲା ମହିଳା ସଂମ୍ପାଦିକା ସୁଶିଳା ଶରାପ, ସାଧାରଣ ସମ୍ପାଦକ ଗରିବ ଗରଡିଆ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ୪୦୦ ମିଟର ତ୍ରିରଙ୍ଗା ପତାକା ଧରି ପଦଯାତ୍ରା କରାଯାଇଥିଲା । ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ ଠାରେ ଦେଶାତ୍ମବୋଧକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଲୋକ ପ୍ରତିନିଧି, ଛାତ୍ରୀଛାତ୍ର, ବ୍ଲକ ସ୍ତରୀୟ ଅଧିକାରୀ, ଏବଂ ବିଏସଏଫ୍ ଯବାନ ଓ ପୋଲିସ ବିଭାଗର କର୍ମଚାରୀ ମିଳିତ ରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ ଟ୍ରାଫିକ ନିୟନ୍ତ୍ରଣ ରଖି ଆଜିର ଏହି ହର ଘର ତ୍ରିରଙ୍ଗା ପତାକା ସଭା ଯାତ୍ରା କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।