ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଲେ ଛାତ୍ରଛାତ୍ରୀ

ଜଗତସିଂହପୁର ଜିଲ୍ଲାର ରାହାମାରେ ଥିବା ସାରଳା ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ତ୍ରିରଙ୍ଗା ଶୋଭା ଯାତ୍ରାର ମୁଖ୍ୟ ସଂଯୋଜକ ରାକେଶ କୁମାର କାଣ୍ଡି ଙ୍କ ତତ୍ତ୍ଵାବଧାନରେ ବିଶାଳ ଶୋଭା ଯାତ୍ରାରେ ବାହାରି କଲେଜ ପରିସରରେ ପହଁଚିଥିଲେ ।ଏହି ଶୋଭା ଯାତ୍ରାରେ କଲେଜ ର ଅଧକ୍ଷଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିଥିଲେ ।

ସେମାନଙ୍କ ମଧ୍ୟରେ ଅଧକ୍ଷ ସୁବାସ ଚନ୍ଦ୍ର ନାୟକ,ମନୋଜ କୁମାର ମହାନ୍ତି ବରିଷ୍ଟ ଅଧ୍ୟାପକ,ରମେଶ ଚନ୍ଦ୍ର ମହାପାତ୍ର ଅଧ୍ୟାପକ,ସୁମନ ସଙ୍ଗୀତା ନାୟକ ଅଧ୍ୟାପିକା , ପ୍ରମୋଦ କୁମାର ରାଉତ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ । ଏହା ସରକାରଙ୍କର ଏକ ଗୁରୁତ୍ଵ ପୂର୍ଣ୍ଣ ପଦକ୍ଷେପ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ର ସ୍ମୃତିକୁ ମନେ ପକାଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକତା ଜାତୀୟ ସଂହତି ସୃଷ୍ଟି କରିବା ।

ସୃଜନ ଶିଳତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶକୁ ସ୍ଵାଧୀନତା ଆଣିବାରେ ବିର ଯବାନ ମାନଙ୍କର ଗାଥା ମନେ ପକାଇ ଗର୍ବ ଗୌରବ ପାଇଁ ତ୍ରିରଙ୍ଗା ପତାକା ତଳେ ଏକତା ପାଇଁ ଏକତ୍ରିତ ହେବା ତ୍ରିରଙ୍ଗା ଶୋଭାଯାତ୍ରା ର ମୁଖ୍ୟ ଉଦ୍ଦେଶ୍ୟ ।