ପବିତ୍ର କାର୍ତ୍ତିକ ମାସରେ ଆସୁଥିବା ହବିଷ୍ୟାଳି ମା’ ମାନଙ୍କ ପାଇଁ ଏହି ବର୍ଷ ମଧ୍ୟ ପୁରୀରେ ପୁଲିସ ପକ୍ଷରୁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସୁରକ୍ଷା ସମୀକ୍ଷା ପାଇଁ ପୁରୀ ଏସ୍ପି ପ୍ରତୀକ ସିଂ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର ସମୂହକୁ ସମୀକ୍ଷା ସହିତ ଅବଲୋକନ କରିଥିଲେ । ଏହି ସମୟରେ ଅତିରିକ୍ତ ଏସ୍ପି ସୁଶିଲ ମିଶ୍ର, ଅତିରିକ୍ତ ଏସ୍ପି ଦେବ ପ୍ରତାପ, କୁମ୍ଭରପଡା ଥାନା ଅଧିକାରୀ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏସ୍ପି ପୁରୀ ଏବଂ ତାଙ୍କ ଟିମ୍ ବୃନ୍ଦାବତୀ ନିବାସ, ନରେନ୍ଦ୍ରକୋଣା, ରେଲୱେ ପର୍ଯ୍ୟଟକ କମ୍ପ୍ଲେକ୍ସ, ରେଲୱେ କଲ୍ୟାଣ ମଣ୍ଡପ, ବଗଳା ଧର୍ମଶାଳା ଓ ମୋଚିସାହି ମ୍ୟୁନିସିପାଲିଟି କଲ୍ୟାଣ ମଣ୍ଡପ ପରିଦର୍ଶନ କରି ସୁରକ୍ଷା ଵେବସ୍ତା, ଆଲୋକ, ପାଣି, ଶୌଚାଳୟ ଓ ଆବଶ୍ୟକ ସୁବିଧା ଯାଞ୍ଚ କରିଥିଲେ। ହବିସିଆଳି ମା’ମାନଙ୍କ ସୁରକ୍ଷା ଓ ସହାୟତା ପାଇଁ ପୁରୀ ପୋଲିସ୍ ପକ୍ଷରୁ ଯୋଗାଯୋଗ, ପରିଚାଳନା ଓ ନିରୀକ୍ଷଣ ନିମନ୍ତେ ବିଶେଷ ୟୁନିଟ୍ ଗଠିତ ହୋଇଛି।

ଏହା ସହିତ କଂଟ୍ରୋଲ ରୁମ, ଟାଉନ ପୋଲିସ, ସମୁଦ୍ରକୂଳ , ତାଳବଣିଆ, ବାସେଳୀସାହି , ବଳିଆପଣ୍ଡା ଓ କୁମ୍ଭାରପଡ଼ା ପୋଲିସ ମିଳିତ ଭାବେ କାର୍ଯ୍ୟ କରିବେ । ପୁରୀ ଏସ୍ପି ପ୍ରତୀକ ସିଂ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଯେ, ଭକ୍ତ ଓ ହବିଷ୍ୟାଳି ମା’ ମାନଙ୍କ ପ୍ରତି ସମ୍ମାନ ଓ ସହାୟତାମୂଳକ ବ୍ୟବହାର ରଖିବା ହେଉଛି ପୁରୀ ପୋଲିସର ପ୍ରାଥମିକ ଦାୟିତ୍ୱ । ସମସ୍ତ ଅଫିସର ଓ ଫୋର୍ସ ନିଜ ଦାୟିତ୍ୱ ସତର୍କ ଭାବେ ପାଳନ କରିବେ ।