ନିଜ ସାଙ୍ଗକୁ ପଥରେ ଛେଚି ହତ୍ଯା କରିଥିବା ଘଟଣାରେ ହତ୍ୟାକାରୀ ବୃଦ୍ଧା ସର ନାୟକଙ୍କୁ ଆଜୀବନ କାରାଦଣ୍ଡ | ରାୟ ସୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ କୋର୍ଟ | ଏଥିସହ ୧୦ ହଜାର ଟଙ୍କାର ଜୋରିମାନା ମଧ୍ଯ ହୋଇଛି | ଜୋରିମାନା ଅନାଦେୟ ଅତିରିକ୍ତ ୧ବର୍ଷ ର ସଜା ସୁଣାଇଛନ୍ତି ମାନ୍ଯାବର କୋର୍ଟ | ୨୦୨୨ ଜୁନ୍ ୨୫ ତାରିଖରେ ଘଟିଥିଲା ଘଟଣା |


ନନ୍ଦିପଦା ଥାନା ମଠଡାହି ଗାଁର ଦୁଇ ସାଙ୍ଗ ସର ନାୟକ ଓ ଯସୋଦା ପାତ୍ର ସାଙ୍ଗ ହୋଇ ସୋସୋ ଥାନା ପୋଡାସିଙ୍ଗିଡି ଗାଁକୁ ଯାଇଥିଲେ | ଏହି ସମୟରେ ଉଭୟଙ୍କ ମଧ୍ଯରେ କୌଣସି କାରଣକୁ କେନ୍ଦ୍ରକରି ବଚସା ହେବାରୁ ସର ନାୟକ ଯସୋଦାଙ୍କୁ ଏକ ପଥରରେ ଛେଚି ପଳାଇଥିଲା | ପରଦିନ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଯସୋଦାଙ୍କୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଥିଲା |