ସ୍ୱାଧୀନତାର ୭୭ବର୍ଷ ପରେ ବି ଢିପିସାହି ଗ୍ରାମକୁ ନାହିଁ ରାସ୍ତା

ସ୍ବାଧିନତାର ୭୭ ବର୍ଷ ପୁରିଥିଲେ ମଧ୍ୟ ଏବେବି ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ ମୌଳିକ ସୁବିଧାରୁ ବଞ୍ଚିତ । ଏବେବି ନାହିଁ ରାସ୍ତା । ଯେଉଁଥି ପାଇଁ ହଜାର ହଜାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ନେଇ ଅଭିଯୋଗ ହେଉଛି କିନ୍ତୁ କୌଣସି ସୁଫଳ ମିଳିପାରୁନାହିଁ । ସେମିତି କିଛି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଲକ ଅଧିନସ୍ଥ, ମାଇଛେଳି ଗ୍ରାମ ପଂଚାୟତ ଢିପସାହି ଗ୍ରାମରେ । ଉକ୍ତ ଗ୍ରାମକୁ ଆଜି ପର୍ଯ୍ୟନ୍ତ ଏକ ରାସ୍ତା ମିର୍ମାଣ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ନୟାଗଡ଼ରୁ ଦଶପଲ୍ଲା ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତା ଠାରୁ କିଛି ଦୂରରେ ଥିବା ନୂଆଗାଁ ବ୍ଲକ ଠାରୁ ଦେଢ କିଲୋମିଟର ଦୂରରେ ଢିପସାହି ଗ୍ରାମ ରହିଛି । ତଥାପି ପ୍ରଶାସନଓ ନେତାଙ୍କ ପଡୁନି ନଜର ।ରାସ୍ତା ଅଭାବରୁ ପିଲାମାନଙ୍କୁ 4 କିଲୋମିଟର ଦୁରରେ ଥିବା ସଂପଡା ସ୍କୁଲକୁ ବିଲ ହୁଡା ଜିବାକୁ ପଡୁଛି । ଆଉ ବର୍ଷା ଦିନ କଥା ନକହିବା ଭଲ । ଅସରାଏ ବର୍ଷା ଢିପସାହି ଗ୍ରାମର ଲୋକଙ୍କ ଜୀବନକୁ ଆହୁରୀ ଦୁର୍ବିସ କରିପକାଉଛି । ନୂଆଗାଁ ବ୍ଲକ ଠାରୁ ସମ୍ପୂର୍ଣ ବିଛିର୍ଣ ହେଇଯାଏ ଏହି ଗାଁ ।ଚିକିତ୍ସା ପାଇଁ ଯିବାକୁ ହେଲେ ଲୋଡା ପଡେ ଦୋଳା ।ତେବେ ଏନେଇ ଗ୍ରାମବାସୀ ମାନେ ବାରମ୍ବାର ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନୂଆଗାଁ,ଜିଲ୍ଲା ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନଥିବା କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିବା ସହିତ ପ୍ରତିବାଦ କରିଛନ୍ତି ।

ତେବେ ଆଗାମୀ ଦିନରେ ଯଦି ଏହି ସମସ୍ୟାର ସମାଧାନ ନହୁଏ ତେବେ ସାଧାରଣ ନିର୍ବାଚନରେ ମତଦାନ କରିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *