ସ୍ୱଚ୍ଛ ଭାରତ ମିଶନ ତରଫରୁ ଇନ୍ଦିରା ଶିଶୁ ଉଦ୍ୟାନ ସଫେଇ

ମନୁଷ୍ୟକୁ ବଂଚିବା ପାଇଁ ହେଲେ ସଦାସର୍ବଦା ନିଜେ ସଫାସୁତରା ରହିବା ସହିତ ଆଖପାଖ ପରିବେଶକୁ ସଫା ରଖିବା ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥାଏ । ଅଳିଆ ଆବର୍ଜନାରୁ ବିଭିନ୍ନ ପ୍ରକାରର ରୋଗ ସୁଷ୍ଟି ହୋଇଥାଏ, ରୋଗରୁ ରକ୍ଷା ପାଇବାପାଇଁ ପରିବେଶ କୁ ସଫା ରଖିବାକୁ ବାଲିଆପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସଂକଳ୍ପ ନେଇ ଥିବାର ଦେଖିବାକୁ ମିଳିଛି । ବର୍ଷ ବର୍ଷ ଧରି ବାଲିଆପାଳ ବ୍ଲକ ଆଗରେ ଥିବା ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି ଙ୍କ ଅନୁଦାନରେ ଏକ ପାର୍କ “ଇନ୍ଦିରା ଶିଶୁ ଉଦ୍ୟାନ* ତିଆରି କରିଥିଲେ ।

ଆଜକୁ ୧୫ ବର୍ଷ ହେବ କାହାରି ଆଖି ପଡୁନଥିବାରୁ ଉଦ୍ୟାନ ଟି ମଦୁଆ ମାନଙ୍କର ଆଡାସ୍ଥଳୀ ପାଲଟିଛି ଓ ଆବର୍ଜନା କୁଣ୍ଡ ସଦୂର୍ଷ୍ୟ ବୋଲି ଅଞ୍ଚଳବାସୀ କହିଛନ୍ତି । ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚ ର ଆବାହକ ସମାଜସେବୀ ସତ୍ୟକାମ ମିହାନ୍ତି ଙ୍କ ଦାବି,ଧାରଣା,ଅନଶନ ପରେ ବିଡ଼ିଓ ପ୍ରତିଶୃତି ପରେ କିଛି କାର୍ଯ୍ୟ ଆରମ୍ଭ ଭିତରେ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ଆଜି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଇନ୍ଦିରା ଶିଶୁ ଉଦ୍ୟାନରେ ବାଲିଆପାଳ ପଞ୍ଚାୟତ ସମିତିର ଗୋଷ୍ଠି ଉନ୍ନୟନ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ଅଧକ୍ଷତାରେ ସ୍ୱଚ୍ଛ ଭାରତ ମିଶନ ତରଫରୁ ଅକ୍ଟୋବର ଏକ ତାରିଖ ରେ “ସ୍ୱଚ୍ଛତା ହିଁ ସେବା”ଦିବସ ପାଳନ ଉପଲକ୍ଷେ ବ୍ଲକର ବି ଆର ସି ସୁପ୍ରିୟା ବିଶ୍ୱାଳଙ୍କ ତତ୍ଵାବଧାନରେ ଇଂ ସୋମ୍ୟ ମୁକୁଳ ବାରିକଙ୍କ ପରିଚାଳନାରେ ମାଷ୍ଟର ଟ୍ରେନର ସପନ କୁମାର ବାଗ,ଲଷ୍ମୀଧର ପ୍ରଧାନ, ବଂଶୀଧର ଜେନା,ସ୍ୱାଭିମାନୀ ବାଲିଆପାଳିଆ ମଞ୍ଚର ଆବାହକ ସତ୍ୟକାମ ମହାନ୍ତି, ରିଙ୍କୁ ରଞ୍ଜନ,ପ୍ରଦୀପ କୁମାର ଜେନା,ଗୌତମ ପରିଡା, ବେଣୁଧର ଜେନା,ସନ୍ୟାସୀ ବେହେରା,ବିକ୍ରମ କେଶରୀ ଦେ ଓ ଗୋବିନ୍ଦ ଦେବାଶିଷ ପାତ୍ର ଙ୍କ ଦ୍ୱାରା ଉଦ୍ୟାନ ପରିସରରେ ଥିବା ଅଳିଆ ଆବର୍ଜନା କୁ ସଫାକରୀ ସ୍ୱଚ୍ଛତା ହିଁ ସେବା ଦିବସ ପାଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *