ଚମ୍ପୁଆ ଉପଖଣ୍ଡ ଝୁମ୍ପୁରା ବ୍ଲକ୍ ଚଉଠିଆ ସିବି ହାଇସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ । ଡେପୁଟେସନରେ ଥିବା ପ୍ରଧାନ ଶିକ୍ଷକଙ୍କୁ ବଦଳି ଦାବୀ କରି ବିଦ୍ୟାଳୟର କିଛି ଅଭିଭାବକ ଚାବି ପକାଇ ଥିବା ଜଣାପଡିଛି । ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି କରି ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ବଦଳି କରାନଯିବାରୁ ଆଜି ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି ଅଭିଭାବକ ।
ତେବେ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଧାନ ଶିକ୍ଷକଙ୍କୁ ବଦଳି କରାନଯିବାରୁ ଅଭିଭାବକ ମାନେ ପିଲା ମାନଙ୍କୁ ସ୍କୁଲକୁ ନ ପଠାଇ ସ୍କୁଲ୍ ଗେଟରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଛି । ଫଳରେ ବିଦ୍ୟାଳୟରେ ପାଠପଢା ବ୍ୟାହତ ହେଇଛି । ଅନ୍ୟପଟେ ବିଦ୍ୟାଳୟରେ କିଛି ଗ୍ରାମବାସୀ ଜାଣିଶୁଣି ପିଲାକଂ ପାଠପଢାରେ ବାଧା ସୣଷ୍ଟି ନେଇ ଚମ୍ପୁଆ ଥାନାରେ ଅଭିଯୋଗ କରିଛନ୍ତି । ଖବର ପାଇ ପେlଲିସ ବିଦ୍ୟାଳୟ ରେ ପହଞ୍ଚି ଥିବା ଜଣାପଡିଛି ।