ସ୍କୁଲରେ ଲାଗିଥିବା ସାମଗ୍ରୀ ଖୋଲିନେବେ ଠିକାଦାର

କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) : ସରକାର ଗଲା ନୂତନ ସରକାର ଆସିଲା ହେଲେ ୫ଟି କାମରେ ସ୍କୁଲ ମାନଙ୍କରେ ରୂପାନ୍ତ୍ରରଣ ରେ ଟଙ୍କା ଲଗାଇ କଲବଲ ହୋଉଛନ୍ତି ଠିକା ସଂସ୍ଥା ମାନେ | ବିଗତ ସରକାର ସମୟରେ କେସିଙ୍ଗା ବ୍ଲକ ରେ ସ୍କୁଲ ମାନଙ୍କରେ ରୂପାନ୍ତରଣ କାମ ହୋଇଥିଲା | ହେଲେ ଆଜି ପର୍ଯ୍ୟନ୍ତ ମିଳିନାହିଁ ବକେୟା ପ୍ରାପ୍ୟ ସ୍କୁଲ ରେ ଲାଗିଥିବା ସାମଗ୍ରୀ ଖୋଲିନେବାକୁ ଦେଇଛନ୍ତି ଧମକ ଠିକା ସଂସ୍ଥା ମାନେ | ବାରମ୍ବାର ଜିଲ୍ଲା ପ୍ରସାଶନ ଙ୍କୁ ଅବଗତ କଲା ପରେ ମଧ୍ୟ ବକେୟା ପ୍ରାପ୍ୟ ମିଳିନାହିଁ ଅସନ୍ତୋଷ ରେ ଠିକାସଂସ୍ଥା | ପ୍ରକାଶ ଥାଉକି କେସିଙ୍ଗା ବ୍ଲକ ରେ ୧୪ ଟି ସ୍କୁଲ ରେ ୫ଟି କାମରେ ରୂପାନ୍ତରଣ ହୋଇ ପାଖାପାଖି ୧ କୋଟି ବକେୟା ପ୍ରାପ୍ୟ ୨ ବର୍ଷ ହେଲା ମିଳିନାହିଁ | ତେଣୁ ସ୍କୁଲ ସାମଗ୍ରୀ ଖୋଲିନେବାକୁ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଜଣାଇଛନ୍ତି ଠିକା ସଂସ୍ଥାମାନେ |ତେବେ କେସିଙ୍ଗା ବ୍ଲକ ର ୧୪ ଟି ସ୍କୁଲ ମଧ୍ୟରେ କେସିଙ୍ଗା ସରକାରୀ ହାଇସ୍କୁଲ ରେ ୧୩ ଲକ୍ଷ ୮୯ ହଜାର ଟଙ୍କା,ତୁଣ୍ଡଲା ହାଇସ୍କୁଲ ରେ ୩ ଲକ୍ଷ ୪୦ ହଜାର ଟଙ୍କା,କଶ୍ରୁପଡା ହାଇସ୍କୁଲ ରେ ୭ ଲକ୍ଷ ୧୧ ହଜାର,କେସିଙ୍ଗା ସରକାରୀ ବାଳିକା ହାଇସ୍କୁଲ ରେ ୮ ଲକ୍ଷ ୧୦ ହଜାର, କେସିଙ୍ଗା ଓଏଭିର ରେ ୧୧ ଲକ୍ଷ ୧୦ ହଜାର ଟଙ୍କା,ଦେଓଗାଁ ହାଇସ୍କୁଲ ରେ ୬ ଲକ୍ଷ ୧ ହଜାର ଟଙ୍କା,କାଣ୍ଡେଲ ହାଇସ୍କୁଲ ରେ ୧୩ ଲକ୍ଷ ୯୪ ହଜାର ଟଙ୍କା,ସୂରିଙ୍ଗପଦର ହାଇସ୍କୁଲ ରେ ୧୪ ଲକ୍ଷ ୭୬ ହଜାର ଟଙ୍କା, ନୁନମାଠ ହାଇସ୍କୁଲ ରେ ୪ ଲକ୍ଷ ଟଙ୍କା,ଉତ୍କେଲା ସରକାରୀ ବାଳିକା ସ୍କୁଲ ରେ ୨ ଲକ୍ଷ ଟଙ୍କା, ବେଲଖଣ୍ଡି ଘାସିରାମ ଦୋରା ହାଇସ୍କୁଲ ରେ ୨ ଲକ୍ଷ, କୁଣ୍ଡାବନ୍ଧ ହାଇସ୍କୁଲ ରେ ତିନିଲକ୍ଷ,ଚାଞ୍ଚେର ହାଇସ୍କୁଲ ରେ ୪ ଲକ୍ଷ ୫୦ ହଜାର ଟଙ୍କା,ଓ ଉତ୍କେଲା ଚାଚା ନେହେରୁ ବିଦ୍ୟାମନ୍ଦିର ରେ ୮ ଲକ୍ଷ ୫୦ ହଜାର ଟଙ୍କା ବକେୟା ଟଙ୍କା ବାକି ଥିବା ଠିକା ସଂସ୍ଥାମାନେ ଅଭିଯୋଗ କରିଛନ୍ତି |

ତେବେ ସେହିପରି କେସିଙ୍ଗା ବ୍ଲକ ର ୫ଟି କାମ ହୋଇଥିବା ୧୪ ଟି ସ୍କୁଲ ରୁ ପାଖାପାଖି ୧ କୋଟି ଟଙ୍କା ବେକେୟା ଅଛି | ତେଣୁ ଅତିଶୀଘ୍ର ୫ଟି କାମରେ ସ୍କୁଲ ମାନଙ୍କରେ ଖର୍ଚ୍ଚ କରିଥିବା ବକେୟା ପ୍ରାପ୍ୟ ନ ମିଳେ ତେବେ ସ୍କୁଲ ସାମଗ୍ରୀ ଖୋଲି ନେବାକୁ ଠିକା ସଂସ୍ଥାମାନେ କହୁଛନ୍ତି |