ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

କିଛି ସ୍କୁଲରେ ପ୍ରଧାନ ଶିକ୍ଷକ ଆଧାର ଦାବି କରିବା ଦୃଷ୍ଟିକୁ ଆସିଛି । ଏଥିପାଇଁ ସବୁ ପ୍ରଧାନ ଶିକ୍ଷକଙ୍କୁ ଅବଗତି ପାଇଁ DEOଙ୍କୁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର କିଛି ସ୍କୁଲରେ ପିଲାମାନଙ୍କର ନାମଲେଖା ସମୟରେ ଆଧାର କାର୍ଡ ଦାବି କରାଯାଇଥିଲା । ହେଲେ ଏଣିକି ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ । ଆଧାର କାର୍ଡ ଥାଉ ବା ନଥାଉ ସ୍କୁଲରେ ନାମ ଲେଖାଇ ପାରିବେ। ନାମଲେଖା ସମୟରେ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କିଛି କିଛି ସ୍କୁଲର ପ୍ରଧାନଶିକ୍ଷକ କହିଥିଲେ । ତେବେ ଏହି ପ୍ରସଙ୍ଗ ଦୃଷ୍ଟିକୁ ଆସିବା ପରେ ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ ।

ଅନ୍‌ଲାଇନ୍‌ରେ କେମିତି କରିବେ ଆଧାର ଅପଡେଟ୍‌…

UIDAIର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଆନ୍ତୁ
ଏହାପରେ ‘My Aadhaar’ ମେନ୍ୟୁକୁ ଯାଆନ୍ତୁ
Update Your Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
ଏହାପରେ ‘Update demographics data online’ ଚୟନ କରି ‘Proceed to update Aadhaar’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
ଆପଣଙ୍କର ଆଧାର କାର୍ଡ ନମ୍ବର ଦେବା ପରେ captcha ଭେରିଫିକେସନ୍‌ କରନ୍ତୁ
ଏହାପରେ ‘Send OTP’ ଦେଇ ‘Update Demographics Data’ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ। ଏହାପରେ ଅପଡେଟ୍‌ ଡିଟେଲ୍ସ ଅପ୍‌ସନ୍‌ କ୍ଲିକ୍‌ କରନ୍ତୁ
ନୂଆ ତଥ୍ୟ ଦେଇ ସଠିକ୍‌ ପ୍ରମାଣପତ୍ରର ସ୍କାନ୍‌ କପି ଅପ୍‌ଲୋଡ୍‌ କରନ୍ତୁ ଓ ଏହା ସଠିକ୍‌ କି ନାହିଁ ଅପଲୋଡ୍‌ ପୂର୍ବରୁ ଯାଞ୍ଚ କରି ନିଅନ୍ତୁ
ଶେଷରେ OTP ଦେଇ ଅପଡେଟ୍‌ କରନ୍ତୁ

Leave a Reply

Your email address will not be published. Required fields are marked *