ସୋସିଆଲ ମିଡିଆ X ରେ ବର୍ଷାଙ୍କୁ ଅନୁଭବ କହିଲେ ଏହି କଥା…

ସିନେ ଦମ୍ପତ୍ତି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ମାମଲା ଭିତରେ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା । ଦୀର୍ଘ ଦିନ ଧରି, ସୋସିଆଲ ମିଡିଆରେ ଅନୁଭବ ତାଙ୍କର ବୈବାହିକ ଜୀବନର ବିଫଳତା ପାଇଁ ବର୍ଷାଙ୍କୁ ଦାୟୀ କରିବାସହ ତାଙ୍କର କୌଣସି ଭୁଲ ନାହିଁ ବୋଲି କହି ଆସୁଛନ୍ତି । ତେବେ, ଏଥର ସୋସିଆଲ ମିଡିଆ ଏକ୍ସରେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।

ସୋସିଆଲ ମିଡିଆ X ରେ ବର୍ଷାଙ୍କୁ ଅନୁଭବ କ’ଣ କହିଲେ?

  • ମୁଁ ହୃଦୟର ଗଭୀରତମ ପ୍ରଦେଶରୁ ତୁମକୁ ଭଲ ପାଉଥିଲି
  • କୌଣସି କାରଣ ପାଇଁ ଆମର ବିବାହ ବିଫଳ ହେଲା
  • ଛାଡପତ୍ର ପରେ ମଧ୍ୟ ଆମେ କ’ଣ ସବୁଦିନ ପାଇଁ ବନ୍ଧୁ ହୋଇ ରହିପାରିବା ନାହିଁ ?
  • ମୁଁ କେବେ ବି ଏହି ବିବାହ ବିଚ୍ଛେଦ ଏତେ ଅସୁନ୍ଦର ହେଉ ବୋଲି ଚାହୁଁ ନ ଥିଲି…
  • ଯଦି ବିଚ୍ଛେଦ ନିଶ୍ଚିତ ତେବେ ଏହା ସମ୍ମାନଜନକ କାହିଁକି ହେବନାହିଁ ?

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଏବେ ଉଭୟଙ୍କର ବିବାହ ବିଚ୍ଛେଦ ମାମଲା କଟକ ଫାମିଲି କୋର୍ଟରେ ବିଚାରାଧୀନ ଅଛି । ନିକଟରେ, ଅଭିନେତା ତଥା ସାଂସଦ ଅନୁଭବ ଦାଖଲ କରିଥିବା ଛାଡପତ୍ର ପିଟିସନକୁ. କଟକ ଫାମିଲି କୋର୍ଟ ଖାରଜ କରିଦେଇଛନ୍ତି । କଟକ ଫାମିଲି କୋର୍ଟ ବର୍ଷା-ଅନୁଭବ ମାମଲାରେ ବିବାହ ବିଚ୍ଛେଦ ହୋଇପାରିବ ନାହିଁ ବୋଲି କହିଛନ୍ତି । ବର୍ଷାଙ୍କୁ ଛାଡ଼ପତ୍ର ଦେବାଲାଗି ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ। ଯାହାକୁ ହାଇକୋର୍ଟରେ ବର୍ଷା ଚ୍ୟାଲେଞ୍ଜ କରିବା ପରେ କଟକ ଫାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ ।

Leave a Reply

Your email address will not be published. Required fields are marked *