
କୋରାପୁଟ ଜିଲ୍ଲା ସେମିଳିଗୁଡା ଅନ୍ତର୍ଗତ କୃଷକ ବଜାର ଠାରେ ମା ଦୁର୍ଗା ମିନି ଟ୍ରକ ଚାଲକ ସଂଘ ବୈଠକ ଅନୁଷ୍ଠିତ ହଇଥିଲା । ସଂଘର ସଭାପତି ରମେଶ ଖିଲ, ଉପସଭାପତି ରୁନା ରାଉତ, ସାଧାରଣ ସମ୍ପାଦକ ତ୍ରିନାଥ ପଦାର,ଯୁଗ୍ମ ସମ୍ପାଦକ ମନୋଜ ରାଓ,କୋଷାଦକ୍ଷ ନରେଶ କୁମାର ଅଗ୍ରୱାଲ, ଉପଦ୍ରଷ୍ଟା ପଦ୍ମ ଚରଣ ମିଶ୍ର, ଆଇନ ଉପଦ୍ରଷ୍ଟା ସତ୍ୟ ନାରାୟଣ ସାହୁ, ଯୋଗଦେଇ ଆଗାମୀ ଦିନରେ ସଂଘ କିପରି ସୁଦୃଢ କରାଯିବ ଅନେକ ସମାଜିକ କାମରେ ସଂଘର କର୍ମ କର୍ତ୍ତା ଲିପ୍ତ ରହିବେ ଜନ ସାଧାରଣଙ୍କ ଅସୁବିଧା ବେଳେ ସାହାଯ୍ୟ ସୋହଯୋଗରେ ହାତ ବଢ଼ାଇବେ ବୋଲି ସଂଘର କର୍ମ କର୍ତ୍ତା କହିଛନ୍ତି । ଏହି ଅବସରରେ ବହୁ ସଂଖ୍ୟାରେ ମିନି ଟ୍ରକ ଚାଳାକ କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ । ବୈଠକରେ ସଭାପତିଙ୍କ ନିର୍ଦେଶ କ୍ରମେ ପ୍ରତ୍ୟେକ ମାସରେ ସଂଘର ଉନ୍ନତି ପାଇଁ ବୈଠକ ଡକାଯାଉଛି ।