ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଋଣ ମେଳା ଅନୁଷ୍ଠିତ

ମାହାଙ୍ଗା ବ୍ଲକର ଭଦ୍ରେଶ୍ଵର ଠାରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ ଭଦ୍ରେଶ୍ଵର ଓ ନିଶ୍ଚିନ୍ତ କୋଇଲି ଶାଖା ମିଳିତ ସହଯୋଗରେ ୨୨ ଟି ମହିଳା ସ୍ଵୟଂ ସହାୟତା ଗୋଷ୍ଠୀଙ୍କୁ ବ୍ୟାଙ୍କ୍ ପକ୍ଷରୁ ଋଣ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହା ସହିତ SHG ମହିଳା ମାନେ କିଭଳି ଭାବରେ ବ୍ୟାଙ୍କରୁ ଋଣ ନେଇ ପାରିବେ ଓ ସଠିକ ସମୟରେ ବ୍ୟାଙ୍କରେ ମୂଳଧନ ପୈଠ କରିବା ସହ କୌଣସି ଧନ୍ଦା ମୂଳକ କାର୍ଯ୍ୟ କରୁ ନ ଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ ଇଣ୍ଡିଆ ର ରିଜିଅନାଲ ଅଫିସର ମୁଖ୍ୟ ମୁକୁନ୍ଦ କରନ୍ ଯୋଗଦେଇ ବ୍ୟାଙ୍କ୍ କିଭଳି ଓଡିଶାର ପ୍ରତି ଜିଲ୍ଲାରେ ନାରୀ ସଶକ୍ତିକରଣ ନିମନ୍ତେ କାର୍ଯ୍ୟ କରୁଛି ସେ ନେଇ ମତ୍ତ ବ୍ୟକ୍ତ କରିଥିଲେ । ୫୦ କୋଟିରୁ ୧୦୦ କୋଟି ପର୍ଯ୍ୟନ୍ତ ବ୍ୟାଙ୍କ୍ ଋଣ ପ୍ରଦାନ କରିବାର ଲକ୍ଷ ରଖିଥିବା ସେ ସୂଚନା ଦେଇଥିଲେ ।

ମହିଳା ମାନେ ବିନା ସୁଧରେ ବ୍ୟାଙ୍କରୁ ଋଣ ନେଇ ତାର ସଠିକ ବିନିଯୋଗ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ୨୨ ଟି SHG ଗ୍ରୁପ୍ କୁ ଋଣ ଅର୍ଥ ପ୍ରଦାନ କରିବା ସହିତ ଭଦ୍ରେଶ୍ଵର ପଞ୍ଚାୟତର MBK ,CRP ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ଓ ନିଶ୍ଚିନ୍ତ କୋଇଲି ଅଞ୍ଚଳର ଏବିଇଓ ପ୍ରମୁଖ ସହଯୋଗ କରିଥିଲେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଅଞ୍ଚଳର SHG ଗ୍ରୁପ ର ମହିଳା ସଭ୍ୟ, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ଜନ ପ୍ରତିନିଧି ଓ ବହୁ ଜନ ସାଧାରଣ ମାନେ ଉପସ୍ଥିତ ରହିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସ୍ଥାନୀୟ ପୋଲିସ୍ ଆଇଆଇସି ସନ୍ଧ୍ୟାରାଣୀ ସିଂହ ସହଯୋଗ କରିଥିଲେ ।