ସୁବର୍ଣ୍ଣପୁରରେ କାଳବୈଶାଖୀର ତାଣ୍ଡବ, ଉଡ଼ିଲା ଆଜବେଷ୍ଟ ଅଳ୍ପକେ ବର୍ତ୍ତିଲା ଜୀବନ

ରାଜ୍ୟରେ ଗତ କିଛି ଦିନ ହେବ କାଳବୈଶାଖୀ ଲାଗି ରହିଛି । ଗତକାଲି ସୁବର୍ଣ୍ଣପୁର ଜିଲ୍ଲାରେ ବର୍ଷା ସହ ଘଡଘଡି ପବନ ହୋଇଥିଲା । ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ ବଡ ଗଛ ଭାଙ୍ଗିବା ସହ ଘରର ଆଜବେଷ୍ଟ ଉଡ଼ାଇ ନେଇଛି । ପ୍ରବଳ ଝଡ ତୋଫାନ ସହ ତୁହାକୁ ତୁହା ବର୍ଷା ଲାଗି ରହିଥିବାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷା ପବନ ଯୋଗୁଁ ଉଲୁଣ୍ଡା ବ୍ଲକ ଚଡେଇପଙ୍କ ପଞ୍ଚାୟତ ନାରାୟନଟିକିରା ଗ୍ରାମର ଉଦିତ ମେହେରଙ୍କ ଘର ଆଜବେଷ୍ଟ ଉଡି ଯାଇ ଘର କାନ୍ଥ ଭାଙ୍ଗି ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ ।

ପବନ ପରେ ତୁହାକୁ ତୁହା ବର୍ଷା ହେବାରୁ ତାଙ୍କ ଘରର କାନ୍ଥ ପଡ଼ି ଘରେ ସମ୍ବଲପୁରୀ ଶାଢ଼ୀ ମଙ୍ଗା ସାଲ ସମ୍ପୂର୍ଣ୍ଣ ଭାଙ୍ଗିବା ସହ ଲକ୍ଷ୍ୟାଧିକ ଟଙ୍କାର କପଡା ନଷ୍ଟ ହୋଇଯାଇଛି । କ୍ଷୟକ୍ଷତି ଯୋଗୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।