ସୁବର୍ଣ୍ଣପୁରରେ ଓଡ଼ିଆରେ ନାମ ଫଳକ ଅଭିଯାନ ପଦଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ପୌର ପରିଷଦ, ବିନିକା ଏବଂ ତରଭା ବିଜ୍ଞାପିତ ଅଞ୍ଚଳରେ ଶ୍ରମ ବିଭାଗ ସୁବର୍ଣ୍ଣପୁର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଓଡିଶା ପକ୍ଷ ପାଳନ କରିଛନ୍ତି | ଏହି ଅବସରରେ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ସୁନିଶ୍ଚିତ କରିବା ନିମନ୍ତେ ସଚେତନତା ପଦଯାତ୍ରା କରାଯାଇଥିଲା |

ସୋନପୁରରେ କରାଯାଇଥିବା ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମଝି ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ |ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ନିର୍ବାହୀ ଅଧିକାରୀ,ସୋନପୁର ପୌର ପରିଷଦ ଋଷି ମାଝୀ , ଆଞ୍ଚଳିକ ଶ୍ରମ ଆୟୁକ୍ତ ଶ୍ରୀଯୁକ୍ତ ଡିଳେଶ୍ୱର ଖାଖା ଓ ସମସ୍ତ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ଯୋଗ ଦେଇଥିଲେ |