
ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ସର୍ଗିପାଲିରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ସଦର ବିଧାୟକ ଯୋଗେଶ କୁମାର ସିଂ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲେଫ୍ରିପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆତଶି ପରିଡ଼ା, ବ୍ଲକ ଶିକ୍ଷା ଅଧିକାରୀ ଅଶୋକ ଲାକ୍ରା, ଜିଲ୍ଲା ପରିଷଦ ସଭ୍ୟା ଅଞ୍ଜଳି ଘୋଷ, ସର୍ଗିପାଲି ଜମିଦାର ପ୍ରତାପ ନାରାୟଣ ସିଂ ଯୋଗଦାନ କରିଥିଲେ। ୬ ଜଣ ଶିଶୁ ଖଡ଼ିଛୁଆଁ କରିବା ପରେ ଅତିଥି ମାନଙ୍କ ଦ୍ଵାରା ସମସ୍ତ ଶିଶୁ ମାନଙ୍କୁ ଗୋଟିଏ ଲେଖାଏଁ ସ୍କୁଲ ବ୍ୟାଗ କିଟ୍ ପ୍ରଦାନ କରାଯାଇଥିଲା। ବିଧାୟକ ସିଂ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକ ସହଯୋଗ କରିଥିଲେ ।