ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ

ଗତ ଗୁରବାର ବିଳମ୍ବିତ ରାତିରେ ବାଲୁଗାଁ ଥାନା ଅଞ୍ଚଳ ଚିଲିକା ରୋଡ ସ୍ଥିତ ସୂର୍ଯ୍ୟ ନଗରରେ ୨ଜଣଙ୍କ ଘରେ କଳାକନା ବୁଲେଇଲେ ଦୁର୍ବୃତ l ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୨୩ ହଜାର ଟଙ୍କା l ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିର ଅନ୍ଧକାରରେ ଘରର ଗ୍ରିଲ ତାଲା ଭାଙ୍ଗିଲେ, ପରେ ଦୁଇ ଦୁଇଟି କବାଟର ତାଲା ଭାଙ୍ଗି ଗୋଟିଏ ମହଲାର ଦୁଇଟି ଘରୁ ତାଲା ଭାଙ୍ଗି ଘର ଭିତରେ ପଶି ଆଲମିରା ତାଡି ଲୁଟି ଥିଲେ ଦୁର୍ବୃତ l ଚିଲିକା ରୋଡ଼ରେ ଥିବା ସୂର୍ଯ୍ୟନଗର ସ୍ଥିତ ଅଚ୍ୟୁତା ନନ୍ଦ ସାହୁଙ୍କ ତିନି ମହଲା ଘରେ ଭଡାରେ ରହୁଥିବା ମାନସ ପାତ୍ରଙ୍କ ତଳ ମହଲା ରୁ ପ୍ରାୟ ୮ ଲକ୍ଷ ରୁ ଅଧିକ ସୁନା ଓ ରୁପା ଅଳଙ୍କାର ସହିତ ୧୮ ହଜାର ଟଙ୍କା ଚୋରି କରିନେଛନ୍ତି ଦୃର୍ବୁତ୍ତ ।

ଘର ମାଲିକ ଅଚ୍ୟୁତା ନନ୍ଦ ସାହୁଙ୍କ ଉପର ଘରୁ ୨ ଲକ୍ଷରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ସହିତ ନଗଦ ୫ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି l ମାନସ ପାତ୍ର ଗୁରବାର ରାତିରେ ଘରେ ଅନୁପସ୍ଥିତ ଥିବା ସ୍ଥଳେ ଘର ମାଲିକ ରାତ୍ର ସମୟରେ ଗ୍ରିଲ ରେ ତାଲା ପକାଇ ସେ ମଧ୍ୟ ଅନ୍ୟତ୍ର ଚାଲି ଯାଇଥିଲେ । ସକାଳୁ ଆସି ଦେଖନ୍ତି ତ ଘର ଗ୍ରିଲ ଖୋଲା ହେବା ସହିତ କବାଟ ମଧ୍ୟ ଖୋଲା ହୋଇଛି l

ଆଉ ଅଳଙ୍କାର ସହିତ ଟଙ୍କା ପଇସା ଚୋରି ହୋଇଯାଇଛି l ମାନସ ପାତ୍ର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି  ।ପରେ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିଥିଲା l ଏହିପରି ବାଲୁଗାଁ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ଯୋଗୁଁ  ଅଞ୍ଚଳ ବାସୀ ଘରଛାଡି କୁଆଡେ ଯିବା ପାଇଁ ସୁରକ୍ଷିତ ମଣୁ ନଥିବା ଦେଖିବାକୁ ମିଳିଛି l

Leave a Reply

Your email address will not be published. Required fields are marked *