ଆଜିଠାରୁ ସୁକିନ୍ଦାରେ ଆରମ୍ଭ ହୋଇଛି ବହୁପ୍ରତୀକ୍ଷିତ ସୁକିନ୍ଦା ଶିଳ୍ପ ମହୋତ୍ସବ। ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ପ୍ରଥମ ଦିନରେ ଦାନଗଦି ମିଲିଟାରୀ ଛକରୁ ଏକ ବିଶାଳ ଗଣଦୌଡ଼ର ଆୟୋଜନ କରାଯାଇଥିଲା, ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଇଥିଲା। ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବଡଚଣା ବିଧାୟକ ଅମର ନାୟକ ଓ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି।
ତେଲିବାହାଳୀରେ ମା ମହାପାଟଙ୍କ ନିକଟରେ ପୂଜାର୍ଚ୍ଚନା ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମଞ୍ଚରୁ ଅତିଥିମାନେ କହିଥିଲେ ଯେ, ସୁକିନ୍ଦାର ଅସ୍ମିତା ଏହି ମହୋତ୍ସବ, ଏହା ସମସ୍ତ ସୁକିନ୍ଦାବାସୀଙ୍କ ନିଜର ଉତ୍ସବ। “ସୁକିନ୍ଦା ନାଁ କେବେ ବୁଡିବ ନାହିଁ, ଧୀରେ ଧୀରେ ଆଗକୁ ବଢ଼ିବ” ବୋଲି ସେମାନେ ମତ ପ୍ରକାଶ କରିଥିଲେ। ମହୋତ୍ସବ ସୁକିନ୍ଦା ନାଁ ବୁଡିବ ନାହିଁ ଧୀରେ ଧୀରେ ବଢିବ ବୋଲି କହିଥିଲେ। ପାରମ୍ପରିକ ନୃତ୍ୟ ଗୀତ ରେ ମହୋତ୍ସବ ପଡିଆ ମୁଖରିତ ହୋଇଥିଲା। ଉକ୍ତ ଗଣଦୌଡ଼ରେ ବହୁ ସଂଖ୍ୟକ ଜନସାଧାରଣ, ଯୁବକ ଓ ଯୁବତୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।