
ଚମ୍ପୁଆ ରେଞ୍ଜ ସୀତାରାମପୁର ଗାଁରେ ଆଜି ସକାଳୁ ଏକ ଦନ୍ତା ପଶି ଯାଇଛି | ଦନ୍ତାଟି ସକାଳୁ ସଦର ରେଞ୍ଜରୁ ଚମ୍ପୁଆ ରେଞ୍ଜରେ ପ୍ରବେଶ କରି ଚକୁଳିଆ ଗାଁର ଏକ ଗାଇକୁ ଆକ୍ରମଣ କରି ମାରି ଦେଇଛି | ସୀତାରାମପୁର ଗାଁର ଦୁଇଟି ଘର ମଧ୍ୟ ଭାଙ୍ଗିଯାଇଥିବା ଜଣାପଡିଛି |

ସୂଚନାଯୋଗ୍ୟ ଗତକାଲି ମୟୁରଭଞ୍ଜ ଆଡୁ ଏକ ଚାରିଦଳିଆ ହାତୀପଲ ଚମ୍ପୁଆ ରେଞ୍ଜକୁ ଆସି ହାତୀ ପଲ ଝାଲିଆବେଡା ଗାଁ ଜଙ୍ଗଲରେ ଥିବା ଜଣାପଡିଛି | ହାତୀ ପଲ ଗତ ରାତି ଚମ୍ପୁଆ ବ୍ଲକ ବରପଦା ଗ୍ରାମରେ ବ୍ୟାପକ ପନିପରିବା ନଷ୍ଟ କରିଥିବାରୁ ହାତୀପଲଙ୍କୁ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି |