ସିକିମରେ ଓଡ଼ିଆ ଛାତ୍ରଙ୍କ ମିଳୁନି ପତ୍ତା

ସିକିମ୍‌ ବନ୍ୟାରେ ଓଡ଼ିଶାର ୭ଜଣ ଇଂଜିନିୟରିଂ ଛାତ୍ର ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟ‌‌ରେ ଢେଙ୍କାନାଳର ୩ଜଣ ଥିବା ବେଳେ ଚୌଦ୍ବାର ଓ ଭୁବନେଶ୍ବରରୁ ୨ଜଣ ଲେଖାଏଁ ଛାତ୍ର ଥିବା ଜଣାଯାଇଛି। ସୂଚନାନୁସାରେ, ଏହି ୭ଜଣ ଯାକ ଗତ ସୋମବାର ଦିନ ସିକିମ୍‌ ଓ ଗ୍ୟାଙ୍ଗଟକ୍‌ ବୁଲିବାକୁ ଯାଇଥିଲେ। କିନ୍ତୁ ସେଠାରେ ଅଚାନକ ପ୍ରଳୟଙ୍କରୀ ବନ୍ୟାରେ ସେମାନେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କ ସଂପର୍କରେ ପରିବାରଲୋକଙ୍କୁ କୌଣସି ଖୋଜ୍‌ ଖବର ମିଳିପାରୁନାହିଁ। ଢେଙ୍କାନାଳ ଜିଲ୍ଲାର ନିଖୋଜ ଛାତ୍ରମାନେ ହେଲେ, ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମର ପ୍ରମୋଦିନୀ ଜେନା ଓ ନିର୍ମଳ ଜେନା ଏବଂ ସିମିନଇ ଗ୍ରାମର ଅକ୍ଷୟ କୁମାର ସିଂହଙ୍କ ପୁଅ ଚନ୍ଦ୍ରଶେଖର ସିଂହ। ଚନ୍ଦ୍ରଶେଖର ଗତ ସୋମବାର ରାତିରେ ଶେଷଥର ଲାଗି ପରିବାର ସହ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ତା’ ପରଠାରୁ ଆଉ ତାଙ୍କର ଫୋନ୍‌ ଲାଗୁନାହିଁ।

Leave a Reply

Your email address will not be published. Required fields are marked *