
କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ସାଳଦେଇ ଗ୍ରାମରେ ନୂତନ ଜାଭିୟର୍ସ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟିତ ହୋଇଯାଇଛି। ସ୍କୁଲ ର ପ୍ରତିଷ୍ଠାତା ରବି ନାରାୟଣ ବୋଇତାଇ ଙ୍କ ସଭାପତିତ୍ଵରେ ଉଦଘାଟନ ଉତ୍ସବରେ ସରପଞ୍ଚ ରିତାଞ୍ଜଳି ବୋଇତାଇ ଆନୁଷ୍ଠାନିକ ଭାବେ ନୁତନ ସ୍କୁଲ କୁ ଉଦଘାଟିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ଅଧ୍ୟକ୍ଷା ରାଇମଣୀ ବୋଇତାଇ, ସମ୍ପାଦକ ବିନୋଦ ବିହାରୀ , କୋଷାଧ୍ୟକ୍ଷ ଜଗତ ବୋଇତାଇ, ସାଳଦେଇ ଜାଭିୟର୍ସ ସ୍କୁଲ ପ୍ରିନ୍ସପାଲ ରଶ୍ମିତା ରାଉତ, ଖଲଣା ଜାଭିୟର୍ସ ସ୍କୁଲ ପ୍ରିନ୍ସପାଲ , କୋଷାଧ୍ୟକ୍ଷ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ।

ଏହି ସ୍କୁଲ ରେ ନର୍ସରୀ ରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠପଢି ପାରିବେ ବୋଲି ସ୍କୁଲ ଅଧ୍ୟକ୍ଷା ରାଇମଣୀ ବୋଇତାଇ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଜାଭିୟର୍ସ ସ୍କୁଲର ଆରମ୍ଭ ହେବାରୁ ଆଖପାଖ ଅଞ୍ଚଳବାସୀଙ୍କ ଇଂରାଜୀ ଶିକ୍ଷାରେ ଶିକ୍ଷାଦାନ କରିବାକୁ ସ୍କୁଲ ରେ ଯୋଗଦେଉଥିବା ନୂତନ ଛାତ୍ରଛାତ୍ରୀ ମାନଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ସ୍କୁଲ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଥିବା ସ୍କୁଲ କମିଟି ତରଫରୁ ସୂଚନା ମିଳିଛି ।