ସାରସ୍ୱତ ପରିକ୍ରମା ପକ୍ଷରୁ ୨୯ ବାର୍ଷିକ ସ୍ଵନକ୍ଷେତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପାରାଦ୍ଵୀପ ଭଳି ଏକ ଆନ୍ତର୍ଜାତୀୟ ବନ୍ଦରାଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ସାରସ୍ଵତ ପରିକ୍ରମା ର ଏହି ଦିର୍ଘ ଯାତ୍ରା ବହୁ ନୂତନ ସାହିତ୍ୟିକ ଓ କବି ସୃଷ୍ଟି କରିବାରେ ସଫଳ ହୋଇଛି। ପ୍ରତ୍ୟେକ ବର୍ଷ ପରିକ୍ରମା ସଂଗଠନ ପକ୍ଷରୁ “ଛବି,କବି ଓ କବିତା” ଶୀର୍ଷକ ପ୍ରତିଯୋଗୀତା ରେ ବହୁ ବିଶିଷ୍ଟ କବି ଓ ନୂତନ ଯୁବପିଢୀ ସାମିଲ ହୋଇ ଛବି ଦେଖି କବିତା ଲେଖିବା ସହିତ ପୁରସ୍କୃତ ହୋଇଛନ୍ତି।
ତେବେ ରବିବାର ମଧୁବନ ସ୍ଥିତ ମ୍ୟୁନିସିପାଲଟି ପିଏମଶ୍ରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ବାର୍ଷିକ ସ୍ଵନକ୍ଷେତ୍ର ଉତ୍ସବ ରେ ଉଦଘାଟକ ଭାବେ ପାରାଦ୍ଵୀପ ବନ୍ଦର ର ପୂର୍ବତନ ସଚିବ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଭାତ କୁମାର ନନ୍ଦ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବରିଷ୍ଠ ଗାଳ୍ପିକ ରବି ସ୍ବାଇଁ, ପ୍ରଧାନ ଶିକ୍ଷକ ନିରଞ୍ଜନ ଅଟି, ତୁଳସୀ ବରାଳ ପ୍ରମୁଖ ବହୁ ବିଶିଷ୍ଟ କବି ଓ ଲେଖକ ଯୋଗଦେଇ ସାରସ୍ଵତ ପରିକ୍ରମା ର ସାହିତ୍ୟ ଓ ଓଡ଼ିଆ ଭାଷା ପ୍ରତି ଥିବା ପ୍ରତିବଦ୍ଧତା କୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଡଃ ଅପର୍ଣ୍ଣା ମହାନ୍ତି, ବିଷ୍ଣୁ ସାହୁ ଓ ମୋହିତ ଚକ୍ରବର୍ତ୍ତୀ ଙ୍କୁ ସାହିତ୍ୟ ସମ୍ମାନ, ଗଳ୍ପ ସମ୍ମାନ ଓ କବିତା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସେହିପରି ବିଶିଷ୍ଟ ସମାଜସେବୀ ତଥା ଆଇନଜୀବୀ ଗତୀକୃଷ୍ଣ ଶତପଥୀ ଙ୍କୁ ସମାଜ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।