ସାମ୍ବାଦିକଙ୍କ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଆୟୋଜନ, ୧୦୦ ୟୁନିଟ୍ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଳବ୍ ଦ୍ଵାରା ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦର୍ଶକ ବନ୍ଧୁ ଆଜିର ଦୁନିଆରେ ରକ୍ତ ଯେ କେତେ ଯେ ମୂଲ୍ୟବାନ ତାହା କେବଳ ଜଣେ ଆପତ୍କାଳୀନ ପରିସ୍ଥିତିରେ ପଡ଼ିଥିବା ରୋଗି ଟିଏ ହିଁ ବୁଝିପାରିବ ।

କେତେବେଳେ ରକ୍ତ ଅଭାବରୁ ଛୋଟ ଛୋଟ ଶିଶୁଙ୍କ ଜୀବନ ଚାଲିଯାଉଛି ତ ଆଉ କେତେବେଳେ ରକ୍ତ ଭଣ୍ଡାରରେ ରକ୍ତ ନଥିବାରୁ ସାଧାରଣ ରୋଗି ଟିଏ ବ୍ୟାକୁଳ ହୋଉଛି । ଏହି ପରିପ୍ରେକ୍ଷିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ଅନ୍ୟପଟେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସିଡିପିଓ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଖଣ୍ଡ ସ୍ବାସ୍ଥ୍ୟ କର୍ମଚାରୀ ଏବଂ ବହୁ ସମାଜସେବୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

ବହୁ ଦୂରଦୂରାନ୍ତରୁ ସ୍ବେଚ୍ଛାସେବୀ ମାନେ ଆସି ନିଜର ଅମୂଲ୍ୟ ରକ୍ତ ପ୍ରଦାନ କରିଥିଲେ । ଆଜିର ସୁସ୍ଥ ସମାଜରେ ମଣିଷ ବଞ୍ଚିବାକୁ ହେଲେ ସରଳ ଜୀବନ ଜାପନ ସହ ସୁସ୍ଥ ରହିବା ଆବଶ୍ୟକ ।

ସାମାନ୍ୟ ବ୍ୟତିକ୍ରମ ଘଟିଲେ ମଣିଷ କେଉଁଠୁ ଯାଇ କେଉଁଠି ପହଞ୍ଚି ଯାଇଥାଏ ତେବେ ସାମ୍ବାଦିକ ମାନଙ୍କ ଏଭଳି କାର୍ଯ୍ୟକ୍ରମ ଦେଖି ଅଞ୍ଚଳରେ ଖୁସି ଦେଖିବାକୁ ମିଳିଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ଖୁସିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ୧୦୦ ୟୁନିଟ ରୁ ଉର୍ଦ୍ଧ୍ଵ ରକ୍ତ ସଂଗ୍ରହ କରାଯାଇଛି ।