ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚାପି ଦେବାରୁ ମହିଳାଙ୍କ ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି l ସିସିଟିଭି ଫୁଟେଜରେ ମହିଳା ଜଣକ ଟ୍ରଲର ଚକତଳେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହେଇଛି l ଚମ୍ପୁଆ ଏନଏସି ୧୩ ନମ୍ବର ଓ୍ବାର୍ଡର ମେଗାରୁ ହେସାଙ୍କ ସ୍ତ୍ରୀ ବୈଜୟନ୍ତୀ ହେସା ଗତ ବୁଧବାର ଦିନ ଦ୍ଵିପ୍ରହର ସମୟରେ ଏକ ଲୁହା ପଥର ବୋଝେଇ ଟ୍ରଲର ଚକ ତଳେ ପଶିଯାଇ ଆତ୍ମହତ୍ୟା କରିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଛି l ମିଳିଥିବା ଖବର ଅନୁସାରେ, ୨୨ ବର୍ଷୀୟା ବୈଜୟନ୍ତୀଙ୍କ ଦୁଇଟି ଝିଅ ଥିବା ବେଳେ ଗତ କିଛି ଦିନ ହେବ ତାଙ୍କ ସ୍ବାମୀ ଦ୍ଵିତୀୟ ସ୍ତ୍ରୀ ଆଣିଥିବାରୁ ତାଙ୍କ ପରିବାରରେ ସବୁବେଳେ ଝଗଡା ଲାଗିରହୁଥିଲା l ତେବେ ଘଟଣା ଦିନ ମଧ୍ୟ ଘରେ ପାଟିତୁଣ୍ଡ ହେବା ନେଇ ବୈଜୟନ୍ତୀ ମ୍ରିୟମାଣ ହୋଇପଡିଥିଲେ l ଘରୁ ବାହାରି ଆସି ପ୍ରଥମେ ଚମ୍ପୁଆ ପୋଲରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମାତ୍ର ସେଠାରେ ଥିବା ଲୋକଙ୍କ ପାଇଁ ଆତ୍ମହତ୍ୟା କରି ନ ପାରି ଶେଷରେ ଚମ୍ପୁଆ ପୋଷ୍ଟ ଅଫିସ ସମ୍ମୁଖରେ ଟ୍ରଲର ଚକତଳେ ପଶି ଯାଇ ଆତ୍ମହତ୍ୟା କରିଛନ୍ତି l ଏହି ଘଟଣା ସସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଛି l