ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଓଡ଼ିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଙ୍ଘ (ଓମ୍ଫା)ର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତ୍ୟେକ ତିନିବର୍ଷକୁ ଥରେ ନିର୍ବାଚନ ହେଉଥିବା ଏହି ସଙ୍ଘର ୯ ଟି ପଦବି ପାଇଁ ଚଳିତବର୍ଷ ଦୁଇଟି ପ୍ୟାନେଲରୁ ୧୮ ଜଣ ପ୍ରତିଦ୍ବନ୍ଦ୍ବୀ ପାରାଦ୍ଵୀପ ସ୍ଥିତ ଓମ୍ଫା କାର୍ଯ୍ୟାଳୟରେ ପ୍ରାଥିପତ୍ର ଦାଖଲ କରିଛନ୍ତି। ଗୋଟିଏ ପ୍ୟାନେଲର ସଭାପତି ପ୍ରାଥି ଅମରଜିତ୍ ଜେନାଙ୍କ ନେତୃତ୍ବରେ ସାଧାରଣ ସମ୍ପାଦକ ପ୍ରାଥି ରଶ୍ମି ରଂଜନ ପରିଡ଼ା, ଉପସଭାପତି ପ୍ରାଥି ବିଜୟ ମହାନ୍ତି, କୋଷାଧ୍ୟକ୍ଷ ପ୍ରାଥି ସରୋଜ ପ୍ରଧାନ ଙ୍କ ସମେତ ସମସ୍ତ ପ୍ରାର୍ଥୀ ଓ ସଂଖ୍ୟାଧିକ ସଭ୍ୟ ଜଗନ୍ନାଥ ମନ୍ଦିର ରେ ପୂଜା ଅର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ପ୍ରାଥିପତ୍ର ଦାଖଲ କରିଥିଲେ।

ସେହିପରି ଅନ୍ୟ ପ୍ୟାନେଲ ର ସଭାପତି ପ୍ରାର୍ଥୀ ଶ୍ରୀକାନ୍ତ ପରିଡା ଙ୍କ ନେତୃତ୍ବରେ ସଂଖ୍ୟାଧିକ ସଭ୍ୟ ଓ ସମସ୍ତ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ୩୦ ତାରିଖରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବା ସହିତ ଆସନ୍ତା ଏପ୍ରିଲ ୯ ତାରିଖରେ ଭୋଟ ଗ୍ରହଣ ଏବଂ ସନ୍ଧ୍ୟାରେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ।