ସାପ ବିଷ ରାକେଟର ପର୍ଦ୍ଦାଫାସ ସହ , ୩ ଅଟକ

ଓଡ଼ିଶାରୁ ରାଜ୍ୟ ବାହାରକୁ ଲମ୍ବିଥିବା ସାପ ବିଷ ରାକେଟର ପର୍ଦ୍ଦାଫାସ୍ କରିଛି ବନ ବିଭାଗ । ବାଲେଶ୍ୱରରୁ ଏକକାଳୀନ ଧରାପଡ଼ିଲା ୨୯ ଟି ନାଗ ସାପ ।ବାଲେଶ୍ୱର ବାଲିଆପାଳ ପଞ୍ଚୁପଳିରେ ବନ ବିଭାଗ ଚଢ଼ାଉ କରି ଉଦ୍ଧାର କରାଯାଇଛି ୨୯ ଟି ନାଗ ସାପ । ଏହି ମାମଲାରେ ୩ ଜଣଙ୍କୁ ଅଟକ ଯାଇଛି। ନାଗ ସାପଙ୍କଠାରୁ ବିଷ ବାହାର କରାଯାଇ ଏହାକୁ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିଲା। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏହି ସବୁ ସାପକୁ ସଂଗ୍ରହ କରାଯାଉଥିଲା,। ତେବେ ଏଥିରେ ଆଉ କିଏ କିଏ ସାମିଲ ସେ ନେଇ ତଦନ୍ତ ଚାଲିଛିା ସୁଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଆଜି ଭୋର ପ୍ରାୟ ୫ଟା ପରେ ବାଲେଶ୍ୱରରେ ପହଞ୍ଚିଥିଲେ । ଏହାପରେ ବହୁ ରେଞ୍ଜ ଅଧିକାରୀଙ୍କ ସହ ପଞ୍ଚୁପଳିରେ ପହଞ୍ଚି ରେଡ କରାଯାଇଥିବା କହିଛନ୍ତି । ଏହି ରେଡ ସମୟରେ ୨୯ ଟି ନାଗ ସାପଙ୍କୁ ଚାଲାଣ ପୂର୍ବରୁ ଉଦ୍ଧାର କରାଯାଇଛି।ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ତେବେ ଏହି ରାକେଟରେ ଆହୁରି ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *