ସାପ କାମୁଡାରେ ଯୁବକ ମୃତ

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡା ଗ୍ରାମରେ ଆଜି ଜଣେ ଯୁବକ ଚନ୍ଦନ ବୋଡା ସାପ କାମୁଡାରେ ପ୍ରାଣ ହରାଇଛନ୍ତି।
ଗ୍ରାମର ସମ୍ଭୁ ମହାକୁଡ ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ସାପଟି ଆସି ତାଙ୍କ ହାତକୁ ଚୋଟ ମାରିବା ପରେ ଅନ୍ୟ ହାତକୁ ମଧ୍ୟ କାମୁଡି ଥିଲା। ତାଙ୍କ ଚିତ୍କାର ଶୁଣି ଘର ଲୋକେ ସେଠାରେ ପହଞ୍ଚି ତାଙ୍କୁ ବଡବିଲ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୋଲିସ ସେଠାରେ ପହଞ୍ଚି ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛିl

Leave a Reply

Your email address will not be published. Required fields are marked *