
ସାଇବର ଠକେଇ ମାମଲାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ ବଡ଼ଧରଣର ପୁଲିସ ରେଡ୍ ହୋଇଛି। ଗତକାଲି ମଧ୍ୟରାତ୍ରିରେ ଧର୍ମଶାଳା ଥାନା ଅଧୀନ ପୋବଳ ଗାଁରେ କଟକ କ୍ରାଇମବ୍ରାଞ୍ଚ ଟିମ ଓ ଧର୍ମଶାଳା ପୁଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ସୂଚନା ଅନୁସାରେ, ଦୀର୍ଘଦିନ ଧରି ସାଇବର ଠକେଇ ଚକ୍ର ସକ୍ରିୟ ଥିବା ଖବର ପାଇ ପୁଲିସ ଏହି ଅଭିଯାନ ଆରମ୍ଭ କରିଥିଲା। ଚଢ଼ାଉ ସମୟରେ କିଛି ସନ୍ଦେହଜନକ ଯୁବକଙ୍କୁ ପୁଲିସ ଧରିଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ମୋବାଇଲ ଫୋନ, ଲ୍ୟାପଟପ, ସିମ୍ କାର୍ଡ ଓ କିଛି ଡିଜିଟାଲ ଡକ୍ୟୁମେଣ୍ଟ ଜବତ କରାଯାଇଥିବା କୁହାଯାଉଛି।
ପୁଲିସ ସୂତ୍ରର କହିବା ଅନୁଯାୟୀ, ଅନଲାଇନ୍ ଲୋନ୍, ନକଲି କଲ୍ ସେଣ୍ଟର ଓ ବ୍ୟାଙ୍କ ଠକେଇ ସହିତ ଜଡିତ ଏକ ବଡ଼ ନେଟୱର୍କର ସନ୍ଧାନ ମିଳିଛି। ଧରାପଡ଼ା ଯୁବକଙ୍କୁ ପଚରାଉଚରା ଜାରି ରହିଥିବାବେଳେ ଅଧିକ ଗିରଫ ଓ ଖୋଲାସା ହେବାର ସମ୍ଭାବନା ରହିଛି।