ସାଇବର୍ କ୍ରାଇମ୍ ଉପରେ ଲାଗିବ ରୋକ୍

ଦିନକୁ ଦିନ ସାଇବର୍ କ୍ରାଇମ୍ ବୃଦ୍ଧି ପାଇବାରେ ଲାଗିଛି । ଟିକେ ଅସାବଧାନତା ହେଲେ ଖାଲି ହୋଇଯାଉଛି ଆକାଉଣ୍ଟ । ତେବେ ଏହି ସାଇବର୍ କ୍ରାଇମ୍ ଉପରେ ରୋକ୍ ଲଗାଇବା ପାଇଁ ଏକମାତ୍ର ରାସ୍ତା ହେଉଛି ସଚେତନ।ଏନେଇ ସ୍ଥାନୀୟ ପୋଲିସ , ଏବଂ ସାଇବର୍ ଥାନା କିମ୍ବା ୧୯୩୦ ଟୋଲ୍ ଫ୍ରି ନମ୍ବର ରେ ସାଇବର୍ ଠକେଇ ସମ୍ପର୍କରେ ଜଣାଇପାରିବେ । ବିଶେଷ କରି ଯୁବ ସମାଜ ଏହି ସାଇବର୍ କ୍ରାଇମ୍ ର ଶିକାର ହେଉଛନ୍ତି, ତେଣୁ ରାଜ୍ୟ ସରକାର ଓ ପୋଲିସ ମହାନିର୍ଦ୍ଦେଶକ ଙ୍କ ନିର୍ଦ୍ଦେଶମତେ ଓଡ଼ିଶାରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅଧୀନସ୍ଥ ଦୁର୍ଗା ଚରଣ ଚିଲିକା ମହାବିଦ୍ୟାଳୟ ଏବଂ ଟାଙ୍ଗି ବଳରାମ ଦେବ ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନରତ ଥିବା ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ଜନଗହଳି ସ୍ଥାନରେ ପୋଲିସ ପକ୍ଷରୁ ସାଇବର୍ କ୍ରାଇମ୍ ରୋକିବା ପାଇଁ ଜନସଚେତନତା କରାଯାଇଥିଲା। ଏବଂ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସାଇବର୍ ଥାନା ଖୋର୍ଦ୍ଧା ର DSP ଜ୍ୟୋସ୍ନା କାଉଁରୀ ଓ ମିନାକ୍ଷୀ ଠାକୁର୍ , ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ମିଶ୍ର , ଟାଙ୍ଗି ଥାନା ନିରୀକ୍ଷକ ଶୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଶିତାନଷୁ ଭୂଷଣ ନନ୍ଦ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ। ଠିକ୍ ସେହିପରି ବଳରାମ ଦେବ ବିଦ୍ୟାଳୟରେ ସାଇବର୍ କ୍ରାଇମ୍ ରୋକିବା ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା। ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଶ୍ୱଜିତ ପଲେଇ ପୂର୍ଣ୍ଣ ସହଯୋଗ କରିଥିଲେ। ଟାଙ୍ଗୀ ଥାନା ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *