ସାଇଁକୁଳ ସେବାଶ୍ରମ ବିଦ୍ୟାଳୟ ପରିସରରେ ପିତା ମାତା ସହଭାଗିତା ବା ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାଇଁକୁଳ ସେବାଶ୍ରମ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ପିତା ମାତା ସହ ଭାଗିତା ବା ଆମେ ଜାଣିବା ଓ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟା ପ୍ରବେଶ ଖଡ଼ିଛୁଆଁ କାଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଝରଣା ପାଗଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସାଇଁକୁଳ ସିଆରସିସି ପ୍ରାଣନାଥ ଜେନା ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଡବ୍ଲୁ ଇ ଓ ଆକାଶ କୁମାର ଜେନା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ପରିଡ଼ା, ପରିଚାଳନା କମିଟିର ସଭାପତି ମିଟୁ ଶର୍ମା,ଶୁଭଶ୍ରୀ ସସ୍ମିତା ନାୟକ, ସୁକାନ୍ତି ସେଠୀ ଯୋଗଦେଇ ମା ତାରିଣୀଙ୍କ ଫୋଟ ଚିତ୍ରରେ ଦ୍ଵୀପ ଧୂପ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ବିଦ୍ୟାଳୟ ସୁପରିଚାଳନା ପାଇଁ ପିତା ମାତା ଓ ଅଭିଭାବକଙ୍କ ଦାୟିତ୍ୱ, କର୍ତ୍ତବ୍ୟ, ସହଭାଗିତା ଓ ସହଯୋଗ ବିଷୟରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସନ୍ତୋଷ କୁମାର କର, ଆନନ୍ଦ ଚନ୍ଦ୍ର ରାଉତ, ସସ୍ମିତା ସାହୁ, ବିଜିପ୍ତ ଦାସ,ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।