ସାଂସଦଙ୍କ ପ୍ରୟାସରେ ଯାଜପୁର ବିକଶିତ

ଯାଜପୁରରେ ହେବ ଅର୍ଥନୈତିକ ବିକାଶ । ପୂର୍ବୋଦୟ ବିକାଶରେ ଓଡ଼ିଶା ଓ ଯାଜପୁରର ରହିବ ବିରାଟ ଅବଦାନ । କିଛି ଦିନ ପୂର୍ବରୁ ଯାଜପୁର ସାଂସଦ ଶ୍ରୀ ବେହେରା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀ ହରଦିପ୍ ସିଂହ ପୁରୀ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ଚଣ୍ଡିଖୋଲ ଡ଼ଙ୍କାରି ତୈଳ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଆଜି ଯାଜପୁର ଚଣ୍ଡିଖୋଲ ନିକଟରେ ଡଙ୍କାରି ତୈଳପ୍ରକଳ୍ପ ଓ ପାରାଦୀପ ପେଟ୍ରୋ କେମିକାଲ ପ୍ରକଳ୍ପର MOU ଦିଲ୍ଲୀ ଠାରେ ମିଳିତ ଭାବେ ଓଡିଶା ଓ ଭାରତ ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇଙ୍କ ସହ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ହରଦିପ୍ ସିଂହ ପୁରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଇଣ୍ଡିଆନ ଅଏଲ ଓ ଅନ୍ୟାନ୍ୟ ସଂସ୍ଥାକୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।