କେନ୍ଦୁଝର ଚମ୍ପୁଆ ସଦର ମହକୁମା ନେହେରୁ ଷ୍ଟାଡିୟମ ନିକଟରେ ସହିଦ୍ ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସହିଦ୍ ଙ୍କର ୧୪୮ ତମ ଜନ୍ମଜୟନ୍ତୀ ଅବସରରେ ଭୂମି ପୂଜା କାର୍ଯକ୍ରମ ଆୟୋଜିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଆଦିବାସୀ ହୋ ସମାଜ ମହାସଭା ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ଏନଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ମୂଖ୍ୟ ଅତିଥି ଭାବେ ଏହି ଭୂମିପୂଜା କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ। ଚମ୍ପୁଆ ନେହେରୁ ଷ୍ଟାଡିୟମ ନିକଟରେ ଏନଏସି ତରଫରୁ ସହିଦ୍ ଙ୍କର ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ଯାଗା ଯୋଗାଇ ଦିଆଯାଇଥିବା ବେଳେ ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବଲିଉଡ କଳାକାର ରାମ ସିର୍କା ଇଂଜିନିୟର ଡକ ହେସା ପ୍ରମୁଖ ଯୋଗ ଦେଇଥିଲେ। ଆଦିବାସୀ ହୋ ସମାଜ ମହାସଭା ର ସଭାପତି ଗୈ।ରଚନ୍ଦ୍ର ମୁଣ୍ଡା ଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ହୋ ସମାଜ ର ବରିଷ୍ଠ କାର୍ଯ୍ୟକର୍ତ୍ତା ମନୋରଞ୍ଜନ ତିରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।