ଗଞ୍ଜାମ ପୋଲିସ୍ ଫୁଲ୍ ଆକ୍ସନ ମୁଡ୍ ରେ । ୨୪ ଘଣ୍ଟାରେ ଧରା ହେଲେଣି ବହୁ କୁଖ୍ୟାତ ଅପରାଧି । ଅନେକ ସ୍ଥାନରେ ଚଢ଼ାଉ । ଜିଲ୍ଲାକୁ ନିୟତ୍ରଣ କରିବାକୁ ଚେଷ୍ଟା । ପୁରୀରୁ ଆସି ଗଞ୍ଜାମରେ ହତ୍ୟା ପାଇଁ ଷଡ଼ଯନ୍ତ୍ର । ହତ୍ୟା ଷଡ଼ଯନ୍ତ୍ର କୁ ପଣ୍ଡ କରିଦେଲା ଭଞ୍ଜନଗର ପୋଲିସ । ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତା ଝାଙ୍କଡେଇ ମନ୍ଦୀର ନିକଟରେ ଯୁବକଙ୍କୁ ହତ୍ୟା କରିବାକୁ ପ୍ଲାନ୍ କରିଥିବା ବେଳେ ପେଟ୍ରଲିଂ କରୁଥିବା ପୋଲିସ୍ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଯୁବକ ସୋମନାଥ ପଣ୍ଡା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ କାର୍ଯ୍ୟ କରୁଥିବା ବେଳେ ଉକ୍ତ ଅଞ୍ଚଳର ଅନ୍ୟ ଜଣେ ସହଯୋଗୀ ଆଶୁତୋଷ ବାରିକ L&T ଫାଇନାନ୍ସ କମ୍ପାନୀରେ କର୍ମଚାରୀ ଭାବେ କାର୍ଯ୍ୟ କରିଆସୁଥିଲେ । କିଛି ଦିନ ପରେ ସୋମନାଥ ପଣ୍ଡାଙ୍କ ଭଞ୍ଜନଗର ଅଞ୍ଚଳକୁ ବଦଳି ହୋଇଥିଲା । ହେଲେ ବୋଲଗଡ଼ ଅଞ୍ଚଳ ଛାଡ଼ିବା ପୁର୍ବରୁ ସେ ରହୁଥିବା ଭଡା ଘରେ ସହଯୋଗୀ ତଥା ଆଶୁତୋଷ ବାରିକଙ୍କୁ ଘର ଦେଇ ଆସିଥିଲେ ।




ଉକ୍ତ ଭଡ଼ାଘରେ ଆଶୁତୋଷ ଜୈନିକ ମହିଳାଙ୍କୁ ଘରକୁ ଡ଼ାକି ତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ । ଏକଥା ଘର ମାଲିକ ଜାଣିବା ପରେ ସୋମନାଥଙ୍କୁ ଖବର ଦେଇଥିଲେ ପରେ ଘରରୁ ବାହାର କରିଦେଇଥିଲେ ଏକଥା ଆଶୁତୋଷ ଜାଣିପାରି ଦୁଇ ମାସ ପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହୋଇନଥିଲେ । ଗତ ୩୧.୦୭.୨୦୨୫ ତାରିଖ ଦିନ ୧୨ ଟା ରେ ଆଶୁତୋଷ ସୋମନାଥଙ୍କୁ ଫୋନ କରି ଗାଳି କରିଥିଲେ । ପୁଣିଥରେ ରାତି ୦୯ ଟାରେ ଫୋନ୍ କରି କୋଉଠି ରହୁଛୁ ବୋଲି ଧମକ ଦେଇ ଠିକଣା ପଚାରିଥିଲେ । ସୋମନାଥ ଭଞ୍ଜନଗର ଅଞ୍ଚଳରେ ରହୁଛି ବୋଲି କହିବା ପରେ । ରାତି ପ୍ରାୟ ସାଢେ଼ ୧୧ ଟା ପରେ ଆଶୁତୋଷ ସୋମନାଥ କୁ ଉକ୍ତ ଘଟଣାର କଥାକୁ ନେଇ ମୁଖ୍ୟରାସ୍ତା ର ଝାଙ୍କଡେଇ ମନ୍ଦୀର ନିକଟକୁ ଡାକିଥିଲେ । ଫଳରେ ସୋମନାଥ ଦୁଇଜଣ ବନ୍ଧୁଙ୍କ ସହ ମନ୍ଦୀର ପାଖରେ ପହଞ୍ଚିଥିଲେ । ହେଲେ ଆଶୁତୋଷ ହତ୍ୟା କରିବା ପାଇଁ ସାଙ୍ଗରେ ଆଉ ତିନିଜଣଙ୍କୁ ଏକ ଧଳା ରଙ୍ଗର କାରରେ ଆଣିଥିଲେ । ହଠାତ୍ କାର ରୁ ଓହ୍ଲେଇ ତିନିଜଣ ଯୁବକ ସୋମନାଥଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଅନ୍ୟପଟେ ଆଶୁତୋଷ ହାତରେ ମାଉଜର ଧରି ଗୁଳି ଚଳାଇଥିଲେ, ଫଳରେ ସୋମନାଥ ସହିତ ଆସିଥିବା ଦୁଇଜଣ ସାଙ୍ଗ ବିରୋଧ କରିବାରୁ ତାଙ୍କୁ ମଧ୍ୟ ହାତରେ ଚୋଟ ଲାଗିଛି । ଅନ୍ୟପଟେ ଭଞ୍ଜନଗର ପୋଲିସ ନାଇଟ ପେଟ୍ରଲିଂ କରୁଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଖିବାକୁ ମିଳିଛି ।