ପବିତ୍ର ଶ୍ରୀପଞ୍ଚମୀ ସରସ୍ବତୀ ପୂଜା ଅବସରରେ ସରସ୍ବତୀ ଶିଶୁ ମନ୍ଦିର, କଳିଙ୍ଗନଗର, ସୋଲେଇରେ ସାମୁହିକ ମାତୃ ସମ୍ମିଳନୀ ଓ ସମର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭିକ ପ୍ରଯ୍ୟାୟରେ ପ୍ରଦୀପ ପ୍ରଜ୍ବଳନ ପରେ, ସାମୁହିକ ବନ୍ଦନା ଗାନ କରି ପାଠଚକ୍ର ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ଭାବେ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଆକାଶବାଣୀ ଓ ଦୂରଦର୍ଶନର ପ୍ରବକ୍ତା ଯୋଗ ଦେଇ ଜଣେ ଶିଶୁକୁ କିପରି ଭଲ ମଣିଷ କରି ଗଢିହେବ ସେ ବିଷୟରେ ବିସ୍ତୃତ ଭାବେ ସୁନ୍ଦର ଉଦାହରଣ ମାନ ଦେଇ ଉପସ୍ଥିତ ମା ମାନଙ୍କୁ ବୁଝାଇ କହିଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ସୁବାଷ ଚନ୍ଦ୍ର ବଳ ସାମନ୍ତ, ସମ୍ପାଦକ ମନମୋହନ ଆଇଚ, କୋଷାଧକ୍ଷ ସରୋଜ କୁମାର ପୃଷ୍ଟି, ସହ ସମ୍ପାଦକ ଅରୁଣ କୁମାର ମହାରଣା, ଉପ ସଭାପତି ମହେଶ୍ୱର ଦାସ ପ୍ରମୁଖ ମଞ୍ଚାସିନ ଥିଲେ, ଏହିମାତୃ ସମ୍ମିଳନୀରେ ଶତାଧିକ ମା ମାନେ ଯୋଗ ଦେଇଥିଲେ | ଶେଷରେ ବିଦ୍ୟାଳୟର ଗୁରୁଜୀ ଶରଣ ମଲ୍ଲିକ ଧନ୍ୟବାଦ ଦେଇଥିଲେ | ବିଦ୍ୟାଳୟର ମାତୃଭାରତୀ ମଣ୍ଡଳୀ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ମାତୃ ସମ୍ମିଳନୀ ସମାପନ ହୋଇଥିଲା |