
ବାଡ ଖାଉଛି କ୍ଷେତ, ପଞ୍ଚାୟତ ବାସୀ ଡ଼ାକିଲେଣି ତ୍ରାହି ତ୍ରାହି, ଏ କଥା ଆମେ କାହିଁକି କହୁଛୁ ଟିକେ ଭଲ ଭାବେ ଜାଣି ନିଅନ୍ତୁ, କଥା ହେଉଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଞ୍ଚାୟତର, ପଞ୍ଚାୟତ ପାଣ୍ଠିରୁ ଚଞ୍ଚକତା କରି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଜନୀକାନ୍ତ ସେଠୀ ଓ ସରପଞ୍ଚ ଏକ ଜିମ୍ ସେଣ୍ଟର ନିର୍ମାଣ ପାଇଁ ଉଭୟ ମିଳିତ ଆକାଉଣ୍ଟ ରୁ ନିକଟସ୍ଥ ୟୁକୋ ବ୍ୟାଙ୍କରୁ ଅକ୍ଟୋବର ମାସ ୧୫ତାରିଖରେ ଏକ ଲକ୍ଷ ଚାଳିଶି ହଜାର ଟଙ୍କା ଏବଂ ବୃକ୍ଷ ରୋପଣ ବାବଦକୁ ଅଗଷ୍ଟ ମାସ ୬ତାରିଖରେ ଚାଳିଶି ହଜାର ଟଙ୍କା ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ହେଲେ ଏ ସାଙ୍ଘାତିକ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଭୟରେ ସଂପୃକ୍ତ ଥିବା ବ୍ୟକ୍ତି ମାନେ ତରଭରିଆ ଭାବେ ଏଇ କିଛି ଦିନ ହେବ ଯିମ୍ ସେଣ୍ଟର ଓ ଚଳିତ ମାସ ୧ତାରିଖରେ ବୃକ୍ଷ ରୋପଣ ଆରମ୍ଭ କରିଥିବା ଚିତ୍ର ସାମ୍ନାକୁ ଆସିଛି।
ତେବେ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟର ସୂଚନା ଫଳକ ନ ଲଗାଇ ଏବଂ ନିର୍ମାଣାଧୀନ କାର୍ଯ୍ୟକୁ ସମ୍ପୂର୍ଣ ନ କରି ଏକ ମାସ ପୂର୍ବରୁ ଟଙ୍କା ଉଠାଇ ପଞ୍ଚାୟତ ବାସୀଙ୍କୁ ଠକିବା ଏକ ସାଙ୍ଘାତିକ ଅପରାଧ ନୁହେକି ? ଆଗ ବିଲ୍ ପଛେ କାର୍ଯ୍ୟ ଏମିତି ଏକ ନୂତନ ନିୟମ ଆଣିଛନ୍ତି କି ନୂତନ ତଥା ଲୋକଙ୍କ ସରକାର। କେମିତି ଜାଣି ପାରୁନାହିଁ ବ୍ଲକ୍ ପ୍ରଶାସନ, ଯାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି, ତେବେ ଏ ବିଷୟରେ ସରପଞ୍ଚ କହିଛନ୍ତି କି ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଛି, କୌଣସି ଅର୍ଥ ଅନିୟମିତତା ହୋଇ ନାହିଁ। ଏ ବିଷୟରେ ଆମେ BDOଙ୍କୁ ପଚାରିବାରୁ ସେ କହିଛନ୍ତି କି ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇ ତଦନ୍ତ ଚାଲିଛି। ତେବେ କ’ଣ ହେଉଛି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ରହିଲା ବାକି।