କନ୍ଧମାଳ ଜିଲ୍ଲାର କଳିଙ୍ଗା ନିକଟ ଡିଏଭି ପାଖରେ ଏକ ସରକାରୀ ବସ କୁ ପିଟିଲା ହାଇୱା ଟ୍ରକ । ଗାଡ଼ିଟି ଭୁବନେଶ୍ୱର ରୁ ବାଲିଗୁଡା ଯାଉଥିଲା । ଡ୍ରାଇଭର ଦୁଇ ଗାଡ଼ି ର ଆହାତ ହୋଇଅଛନ୍ତି । ବସ ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ 30 ରୁ ଉର୍ଦ୍ଧ ଯାତ୍ରୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ହାଇୱା ଟ୍ରକ ର ଏପରି ବେପରୁଆ ଗାଡି ଚଳାଇବା କୁ ନେଇ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା କୁ ଶାନ୍ତ କରିଅଛି ।