ସମ୍ପାଦକୀୟ…

ସୂଚନା ଓ ପ୍ରସାରଣର ଯୁଗରେ ଜନସାଧାରଣଙ୍କ ପାଖରେ ନିରପେକ୍ଷ ଓ ନିଚ୍ଛକ ଖବର ପହଂଚାଇବା ଗଣମାଧ୍ୟମର ଦାୟିତ୍ୱ…ବହୁ ଗଣମାଧ୍ୟମ ସଂସ୍ଥା ସୂଚାରୁ ରୂପେ ଏହି ଗୁରୁ ଦାୟିତ୍ୱ ସମ୍ପାଦନ କରିଛନ୍ତି…ଭିନ୍ନ ଶୈଳୀରେ ସମ୍ବାଦ ପରିବେଷଣ କରି ନିଜକୁ ଶ୍ରେଷ୍ଠ ପ୍ରତିପାଦନ କରିବାର ଏକ ପ୍ରତିସ୍ପର୍ଦ୍ଧା ସୃଷ୍ଟି ହୋଇଛି …ସମ୍ବାଦ ପରିବେଷଣ କ୍ଷେତ୍ରରେ ଏହା ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିଛି…କିନ୍ତୁ ସମୟ କ୍ରମେ ଏହା ଦ୍ଵାରା ସମାଜରେ ଆବିଳତା ପ୍ରବେଶ କରିଛି …ଅଣ ଓଡ଼ିଆ ଶବ୍ଦର ବହୁଳ ବ୍ୟବହାର, ଅଶ୍ଳୀଳତା, ସପକ୍ଷବାଦୀ ଖବର ଏବେ ଜନସାଧାରଣଙ୍କ ପାଇଁ ଅସହ୍ୟ ହେଉଥିବା ବେଳେ ଅଣପେଶାଦାର ଖବର ପରିବେଷଣ ଓଡ଼ିଆ ସଂସ୍କୃତିକୁ ନଷ୍ଟ କରୁଛି …

ଖବର ପରିବେଷଣର ନିରବଛିନ୍ନ ଧାରାରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ ….ଓଡ଼ିଆ ଭାଷା ଓ ଗରିମାକୁ ଅକ୍ଷୁଣ୍ଣ ରଖି ସମସ୍ତଙ୍କ ପାଇଁ ଉପଯୋଗୀ ନିରବଛିନ୍ନ ଖବର ପରିବେଷଣ କରିବା ପାଇଁ ସୂଚନା ଟିଭି 24×7 ର ସୃଷ୍ଟି ….ସତ୍ୟ, ସଦ୍ୟତମ ଓ ନିରପେକ୍ଷ ଖବର ନିର୍ଭିକ ଭାବରେ ପରିବେଷଣ କରିବାରେ ଆମେ ବିଶ୍ୱାସ କରୁ …ଏହା ମାଧ୍ୟମରେ ସମାଜରେ ଖବର ପରିବେଷଣ କରିବାର ଏକ ସୁସ୍ଥ ଓ ଅନନ୍ୟ ପରମ୍ପରା ବଜାୟ ରହିବା ସହିତ ଓଡ଼ିଆ ସଂସ୍କୃତି ସୁରକ୍ଷିତ ରହିବ ବୋଲି ଆମେ ବିଶ୍ୱାସ କରୁ ….ପ୍ରତିଟି ଓଡ଼ିଆଙ୍କର ବିଶ୍ୱାସଭାଜନ ହେବା ସହ ସେମାନଙ୍କ ହୃଦୟରେ ସ୍ଥାନ ପାଇବା ଆମର ଲକ୍ଷ୍ୟ …ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ଵାଦ, ସବୁ ଓଡ଼ିଆ ଭାଇଭଉଣୀ ଓ ଗୁରୁଜନଙ୍କ ଶୁଭେଚ୍ଛା ନେଇ ସୂଚନା ଟିଭି 24×7 ତାର ଯାତ୍ରା ଆରମ୍ଭ କରିଛି..

ଜୟ ଜଗନ୍ନାଥ…ଜୟ ଓଡିଶା…ଜୟ ଓଡ଼ିଆ…

ବନ୍ଦେ ଉତ୍କଳ ଜନନୀ

Copy Rights Reserved @Suchanatv24x7

Leave a Reply

Your email address will not be published. Required fields are marked *