ସମୁଦ୍ରରେ ମାଛ ଧରା ଉପରେ କଟକଣା, ଚିନ୍ତାରେ ମତ୍ସ୍ୟଜୀବି

ସମୁଦ୍ର ଭିତରେ ମାଛ ଧରା ଉପରେ କଟକଣା ଲାଗୁ କଲେ ସରକାର। ଯାହାକୁ ନେଇ ଏବେ ଚିନ୍ତାରେ ମତ୍ସ୍ୟଜୀବି। କଇଁଛ ସୁରକ୍ଷା ପାଇଁ ସରକାର ସାତ ମାସର କଟକଣା ଟ୍ରଲର ମାଲିକ ଓ ମତ୍ସ୍ୟଜୀବିଙ୍କୁ ପକାଇଛି ଚିନ୍ତାରେ। ନଭେମ୍ବର ୧ ରୁ ମଇ ୩୧ ଯାଏ ଉପକୁଳ ରୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ କଟକଣା ଜାରି କଲେ ସରକାର। ତେବେ କଇଁଛ ଙ୍କ ସୁରକ୍ଷା ପାଇଁ ସରକାର ଯେମିତି ତର୍ତରତା ଦେଖାୁଛନ୍ତି ସେମିତି ମତ୍ସ୍ୟଜୀବିଙ୍କ କଥା ମଧ୍ୟ ଚିନ୍ତା କରିବାକୁ କହିଛନ୍ତି ପାରାଦ୍ବିପ ମେରାଇନ କୋପରେଟିଭ୍ ସୋସାଇଟର ସଭାପତି ପୁରନ୍ଦର ବିଶ୍ବାଳ

ସରକାରଙ୍କ ନିୟମ ଅନୁଯାୟୀ ସମୁଦ୍ର କୂଳ ରୁ ୨୦ କିଲୋମିଟର ପର୍ଯ୍ୟନ୍ତ କୌଣଷି ଯନ୍ତ୍ର ଚାଳିତ ଡଙ୍ଗା କିମ୍ବା ଟ୍ରଲର ଯାଇ ମାଛ ଧରି ପାରିବେ ନାହିଁ। କାରଣ ଏହି ସମୟରେ ଦୂର ସମୁଦ୍ର କୂଳ କୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି ଲକ୍ଷ୍ୟ ଲକ୍ଷ୍ୟ କଇଁଛ। ଓଡିଶା ର ଦେବୀ , ଋଷିକୁଲ୍ୟା ଓ ବରୁଣେଇ ମୁହାଣ ମୁହଁ ରେ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି ସରକାର।ଆଉ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *