କୋରାପୁଟ ଜିଲ୍ଲା ସୁନାବେଡ଼ା ହାଲରେ କାର୍ଯ୍ୟରତ ପ୍ରାଇଭେଟ୍ ସିକ୍ୟୁରିଟି କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବା ସହ ଆଜି ଠାରୁ କାର୍ଯ୍ୟବନ୍ଦ କରିଛନ୍ତି। ସୁନାବେଡ଼ା ହାଲ ଟାଉନସିପ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସମସ୍ତ ସିକ୍ୟୁରିଟି ଗାର୍ଡ। ଦୀର୍ଘ ୧୨ ବର୍ଷ ଧରି ନିଜ ଦାୟିତ୍ୱରେ କେବେ ଅବହେଳା ନକରି କାର୍ଯ୍ୟ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାଲ ପକ୍ଷରୁ ଦରମା ବୃଦ୍ଧି, ପେନସନ ଭଳି ଯୋଜନାରେ ଅନ୍ତର୍ଭୁକ୍ତ କରୁ ନାହାନ୍ତି। ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଓଲଟା ଦାବି ପୁରଣ ବଦଳରେ ଚାକିରିରୁ ଛଟେଇ କରିବାକୁ ଧମକ ଦେଉଛନ୍ତି। ତେଣୁ ନୁତନ ନିୟମ ଅନୁସାରେ କାର୍ଯ୍ୟରତ ସମସ୍ତ ସିକ୍ୟୁରିଟି ଗାର୍ଡଙ୍କ ସମାନ କାମକୁ ସମାନ ଦରମା ନିୟମ ଲାଗୁ କରିବାକୁ ନିବେଦନ କରିଛନ୍ତି ।
ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଭିଭିନ୍ନ ପ୍ରତିଷ୍ଠାନରେ କାର୍ଯରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ଅଣ କୁଶଳି, ଅର୍ଦ୍ଧକୁଶଳୀ, କୁଶଳି ଏବଂ ଉଚ୍ଚକୁଶଳୀ ଶ୍ରେଣୀ ସହିତ ଦେଶର ଏ ବି ଏବଂ ସି ଵର୍ଗର ଭୌଗୋଳିକ ଅଞ୍ଚଳରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ବିଭିନ୍ନ ହାରରେ ମଜୁରୀ ପ୍ରଦାନ କରାଯାଇଥାଏ । ହାଲ ଅସ୍ଥାୟୀ ଠିକା ସୁରଷା ବେତନ ବଢିଥିବାବେଳେ ସେମାନଙ୍କୁ ସୀମିତ ଦେଉଥିବା ଦେଖାଦେଇଛି । ଦିନକୁ ନୂତନ ବେତନ ଅନୁଯାଇ ଅନ ସ୍କିଲଡ 783 ଦିନ ମଜୁରି, ସେମି ସ୍କିଲ୍ଡ଼ 868 ଏବଂ ସ୍କିଲ୍ଡ଼ 954 ଟଙ୍କା ଥିବାବେଳେ ସରକାରୀ ନିୟମ ଅନୁଯାୟୀ ଦିନକୁ ବେତନ ଦର କମିଥିବା ନେଇ ହାଲ ଅସ୍ଥାୟୀ ସୁରକ୍ଷା କର୍ମୀ ଧାରଣାରେ ବସିଥିବା ଦେଖିବାକୁ ମିଳୁଛି ।
ନୂତନ ଭାବେ ଟେଣ୍ଡର ପାଇଥିବା ଇଏସଏସ କମ୍ପାନୀ ନୂତନ ଲାଗୁ ହୋଇଥିବା ବେତନକୁ ମଞ୍ଜୁର କରୁନଥିବା ନେଇ କାର୍ଯ୍ୟ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିବେ ବୋଲି 85 ରୁ ଉର୍ଦ୍ଧ୍ବ ସୁରକ୍ଷା କର୍ମୀ ସୂଚନା ଦେଇଛନ୍ତି । ଏହି ବାବଦରେ ଇଏସଏସ କମ୍ପାନୀ ଅଧିକାରୀଙ୍କୁ ଫୋନ କରାଯିବାରୁ ସେ କୌଣସି ଉତ୍ତର ଦେଇନଥିଲେ ।