ସମର ନାୟକ ଓ ଜନୈକା ଯୁବତୀଙ୍କ ପ୍ରେମ କାହାଣୀରେ ନୂଆ ଟ୍ବିଷ୍ଟ, ଆଉ ଜଣେ ବିଏସଏଫ ଯବାନଙ୍କ ଏଣ୍ଟ୍ରି

ଦୁଇ ଦିନ ତଳେ ଗଣମାଧ୍ୟମରେ ଚର୍ଚ୍ଚିତ ଖବର ଥିବା ଘଟଣା ଏବେ ନୂଆ ମୋଡ ନେବାକୁ ଯାଉଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନାଧିନ ଅଣ୍ଢେଇପଲି ଗ୍ରାମର ସମର ନାୟକ ଓ ଜୈନେକ ଯୁବତୀଙ୍କ ପ୍ରେମ କାହାଣୀରେ ଆସିଛି ନୂଆ ଟ୍ଵିଷ୍ଟ । ଯୁବତୀ ଜଣକ ସମରକୁ ବିବାହ କରିବା ପରେ ଅନ୍ୟ ଝିଅ ସହିତ ସମ୍ପର୍କ ଥିବା ଜାଣି ଯୁବକ ଠାରୁ ଦୂରେଇବାକୁ ଚେଷ୍ଟା କରୁଥିଲେ । ତାପରେ ସମର ନାମକ ସେହି ଯୁବକ ତାଙ୍କୁ ଜବରଦସ୍ତି କରିବାକୁ ଉଦ୍ୟମ କରୁଥିବା ଥାନାରେ ଅଭିଯୋଗ କରିଥିଲେ ଯୁବତୀ ଜଣକ । ହେଲେ ଆଜି ପୁଣି ସେହି ଘଟଣାରେ ଆସିଛି ନୂଆ ମୋଡ । ସମରଙ୍କ ଉପରେ ଯୁବତୀ ଜଣକ ଅଭିଯୋଗ ଆଣିବା ପରେ ସମର ମଧ୍ୟ ଥାନାର ଦ୍ବାରସ୍ଥ ହୋଇଥିଲେ ଏବଂ ସେହି ଯୁବତୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ଲୁଟିଥିବା ଅଭିଯୋଗ ଆଣିଥିଲେ । ହେଲେ ଆଜି ସମରଙ୍କ ଅଭିଯୋଗକୁ ନେଇ ସଫେଇ ରଖି ଜନୈକା ଯୁବତୀ ପ୍ରେମିକ ସମର ନାୟକ ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ହାସ୍ୟାସ୍ପଦ ବୋଲି ମନେ ହେଉଛି ବୋଲି କହିଛନ୍ତି ଯୁବତୀ ।

ଅନ୍ୟପଟେ ଯୁବତୀଙ୍କ ଉପରେ କେବଳ ସମର ନୁହେଁ ଆଉ ଜଣେ ବିଏସଏଫରେ ଚାକିରି କରିଥିବା ଯବାନ ମଧ୍ୟ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସମର ସେହି ଯୁବତୀଙ୍କୁ ୧୬ ଲକ୍ଷ୍ ୫୦ ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି । ବାପାଙ୍କୁ କ୍ୟାନ୍ସର ହୋଇଛି ବୋଲି କହି ସମର ଠାରୁ ଯୁବତୀ ଟଙ୍କା ହଡପ କରିଥିବା କହିଛନ୍ତି ସମର । ଯାହାର ଏଗ୍ରିମେଣ୍ଟ ମଧ୍ୟ ସମର କରିଥିବା କହିଛନ୍ତି । ସେପଟେ ଏହି ଘଟଣାରେ ଆଉ ଜଣେ ଯୁବକଙ୍କ ଆବିର୍ଭାବ ହୋଇଛି । ତାଙ୍କ ଘର ପୁରୀ ହୋଇଥିବା ବେଳେ ତାଙ୍କ ଠାରୁ ମଧ୍ୟ ଲକ୍ଷାଧିକ ଟଙ୍କା ସେହି ଯୁବତୀ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ।

ଗୋଟେ ପଟେ ଯୁବତୀ ଜଣକ ସମର ନାୟକଙ୍କ ସ୍ତ୍ରୀ ବୋଲି କହୁଥିବା ବେଳେ, ସମର ନାୟକ କିନ୍ତୁ ବିବାହ କଥା ଉଠାଉ ନାହାନ୍ତି । ଯାହାକୁ ନେଇ ବାସ୍ତବରେ କଣ ଘଟିଛି ତାହା ଜଣାପଡୁନି । ଦୁହିଙ୍କ କଥାରେ ତାଳମେଳ ରହୁନଥିବା ବେଳେ ଏବେ ତୃତୀୟ ବ୍ୟକ୍ତିଙ୍କ ଏଣ୍ଟ୍ରୀ ଘଟଣାକୁ ଆହୁରି ଜଟିଳ କରିଛି । ଏଠାରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି, ସତରେ କଣ ସମର ଯୁବତୀଙ୍କୁ ବିବାହ କରିଛନ୍ତି । ଯଦି ନା ତେବେ ସେ କୋର୍ଟ ପେପରରେ କଣ ରହିଛି, ଯାହା ଯୁବତୀ ଜଣକ ଦେଖାଉଛନ୍ତି । ପୁରୀର ସେହି ଯବକ ଆଣିଥିବା ଅଭିଯୋଗରେ କେତେ ସତ୍ୟାସତ୍ୟ ରହିଛି ତାହା ତଦନ୍ତ ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *