
ଦୀର୍ଘ ଦିନର ପ୍ରଚେଷ୍ଟାର ଆଜି ପୁର୍ଣଛେଦ ପଡିଛି, ବ୍ୟାସନଗର ସହର ଆଜି ଉର୍ନତି ଆଡକୁ ଗତିକରିବାକୁ ଯାଉଛି। ପୌରାଧ୍ୟକ୍ଷ ଗାଦିରେ ବସିଛନ୍ତି ସୁବାସ ବଳ,ପୌର କାର୍ଯ୍ୟାଳୟରେ ସମସ୍ତ କାଉନସିଲରଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ ନିର୍ବାହୀ ଅଧିକାରୀଙ୍କ ଠାରୁ ଦାୟିତ୍ବ ଭାର ଗ୍ରହଣ କରିଥିବା ଦେଖିବାକୁ ମିଳିଛି। ନିଜର ଅସୁମାରୀ ଆଶାର ସ୍ବପ୍ନ ଆଜି ସତରେ ପୂରଣ ହୋଇଥିବା ସମସ୍ତ କାଉନସିଲର ମାନେ କହିଛନ୍ତି।
ବ୍ୟାସନଗର ସହରର ବିକାଶ ଧାରାକୁ ଅଗ୍ରଗତି ଧାରାରେ ଆଗେଇନେବା ପାଇଁ ସମସ୍ତେ ସଂକଳ୍ପବଧ କରିଥିବା ଦେଖିବାକୁ ମିଳିଥିଲା। ସୁବାସଙ୍କ ପ୍ରତି ସମସ୍ତଙ୍କ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି। ବାକି ରହିଲା ଆଗାମୀ ଦିନରେ ସହର ବିକାଶ ଦିଗରେ ସୁବାସଙ୍କ ଭୂମିକା କେତେ ଗୁରୁତ୍ବପୁର୍ଣ୍ୟ ରହୁଛି।