ସବୁଜ ସମାଜ ଗଢିବା ପାଇଁ, ବୃକ୍ଷ ରୋପଣ

ସବୁଜ ସମାଜ ଗଡ଼ିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିଛି ଓଡିଶା ଜନ କଲ୍ୟାଣ ସେବା ସଂଗଠନ। ପୁରୀ ଜିଲ୍ଲା ନିମାପଡା ବ୍ଲକ ହରିପୁର ଗ୍ରାମର ପ୍ରସିଧ୍ୟ ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ବୃକ୍ଷ ରୋପଣ କରାଯାଇଛି । ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିବା ଓ ସବୁଜ ସମାଜ ଗଡ଼ିବା ପାଇଁ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ର ସଭାପତି ଲଳିତ ବରାଳ ଆଗକୁ ଆସିଥିଲେ ଓ ସଂଗଠନର ଯୁବ ସଦସ୍ୟ ଏଥିରେ ସାହାଯ୍ୟ କରିଥିଲେ। ଏହି ବୃକ୍ଷ ରୋପଣ କାର୍ଯ୍ୟ ରେ ସଂଗଠନ ସଭାପତି ଲଳିତ ବରାଳ ସଂଗଠନ ର ସଦସ୍ୟ ପ୍ରଭାତ ସାହାଣୀ, ସସିକାନ୍ତ ବେହେରା ,ଜଗନ ସ୍ୱାଇଁ,ପପୁ ସ୍ୱାଇଁ,ଜାଗା ସାହାଣୀ,ରାଜୁ ,ପବିତ୍ର ,ସିଲୁ , ପଦିଆ ଓ ଭଗବାନ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣରେ ସାହାଯ୍ୟ କଲେ। ଏଭଳି କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକ ମାନେ ଓ ମନ୍ଦିର ପୂଜକ ବହୁତ ଖୁସି ଅନୁଭବ କରିଥିଲେ ଓ ସଂଗଠନ କୁ ଧନ୍ୟବାଦ ଦେଇଥିଲେ। ଆଗାମୀ ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅଧିକ ମାତ୍ରା ରେ ଜାରି ରହିବବୋଲି କହିଛନ୍ତି ସଂଗଠନର ସଭାପତି ଲଳିତ ବରାଳ, ସବୁ ପ୍ରକାର ର ସେବାରେ ଏବେ ଓଡିଶା ଜନ କଲ୍ୟାଣ ସେବା ସଂଗଠନ ।

Leave a Reply

Your email address will not be published. Required fields are marked *