ସଫା କରିବାକୁ ଯାଇଥିଲେ କାଜୁ ବଗିଚା, ତା’ ପରେ…

ସକାଳୁ ସକାଳୁ କାଜୁ ବାଗିଚା ସଫା କରିବାକୁ ଯାଇଥିଲେ, ହେଲେ ହୋଇଗଲେ ମହୁ ମାଛି ଆକ୍ରମଣର ଶିକାର। ମହୁମାଛି ଗୋଡ଼ାଇ ଗୋଡ଼ାଇ ମହିଳା କର୍ମଚାରୀଙ୍କୁ ଏମିତି ଘାଇଲା କରିଦେଲେ କି, ସେମାନଙ୍କୁ ଶେଷରେ ମେଡିକାଲ ଆସିବାକୁ ପଡିଲା। ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଖରିକୁଆ ଗ୍ରାମରେ। ଖରିକୁଆ ଗ୍ରାମର କିଛି ମହିଳା ସବୁଦିନ ଭଳି ଆଜି ସକାଳୁ ବାହାରିଥିଲେ କାଜୁବାଗିଚା ସଫା କରିବାକୁ। ସଫାକରୁଥିବା ବେଳେ ହଠାତ ସେଠାରେ ଥିବା ଏକ ମହୁଫେଣାରୁ ବାଘୁଆ ମହୁମାଛି ବାହାରି ମହିଳାଙ୍କୁ କାମୁଡିଥିଲେ। ସାରା ବଗିଚାରେ ମହୁମାଛି ବ୍ୟାପିଯାଇ ଆକ୍ରମଣ ପରେ ଆକ୍ରମଣ କରିଚାଲିଥିଲେ। ମହୁମାଛି କାମୁଡାରେ ସମସ୍ତ ମହିଳା ଆହତ ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ନିଆଁ ହୁଳା ଦେଖାଇ ମହୁମାଛିଙ୍କୁ ତଡିବା ସହ ମହିଳାମାନଙ୍କୁ ଉଦ୍ଧାର କରିଥିଲେ ଓ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦରେ ଭର୍ତ୍ତି କରିଥିଲେ। ମହୁମାଛି ଆକ୍ରମଣରେ କିଛି ମହିଳାଙ୍କ ଅବସ୍ଥା ମଧ୍ୟ ଖରାପ ହୋଇଯାଇଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି।

Leave a Reply

Your email address will not be published. Required fields are marked *