ଭୋଗରାଇ ବ୍ଳକ ତାଳସାରି ସାମୁଦ୍ରିକ ଥାନା ଗମ୍ଭାରିଆ ଗାଁର ଗୌରହରୀ ସେନାପତିଙ୍କ ଝିଅ ରାଜଶ୍ରୀ ଗମ୍ଭାରିଆ ପଞ୍ଚାନନ ଏମଇ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ମଧ୍ୟାହ୍ନ ଭୋଜନ ସମୟରେ ସେ ଘରକୁ ଖାଇବାକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି | ସୂଚନା ଅନୁସାରେ, ରାଜଶ୍ରୀ ଆଜି ସକାଳୁ ସ୍କୁଲ ଯାଇଥିଲେ ହେଁ ମଧ୍ୟାହ୍ନ ୧ଟା ୧୦ ସମୟରେ ବିଦ୍ୟାଳୟରୁ ଘରକୁ ଖାଇବା ପାଇଁ ଆସିଥିଲେ | କିନ୍ତୁ ଘରକୁ ଆସି ଘର ଆଗରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି | ସ୍କୁଲ ଶିକ୍ଷକମାନେ ରାଜଶ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି | ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଆଜି ସ୍କୁଲରେ ସେଭଳି କିଛି ଅପ୍ରୀତିକର ପରିସ୍ଥିତି ଶିକ୍ଷକ ମାନେ ଘଟାଇ ଛନ୍ତି, ଯାହାଦ୍ବାରା ମାନସିକ ଭାରସାମ୍ୟ ହରାଇ ଝିଅ ଆତ୍ମହତ୍ୟା କରିଛି | ଦୀର୍ଘ ୪ ଘଣ୍ଟା ହେବ ପୋଲିସକୁ ଖବର ଦେବା ପରେ ବି ଘଟଣାସ୍ଥଳରେ ପହଞ୍ଚି ପାରିନି ପୋଲିସ | ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ |