ସନାତନ ଧର୍ମର ସୁରକ୍ଷାକୁ ନେଇ ଉଠିଲା ସ୍ବର

ଗଞ୍ଜାମ : ଶ୍ରୀରାମ ନାରାରେ କମ୍ପି ଉଠିଲା ଲକ୍ଷ୍ମୀ ନୃସିଂହ ପାହାଡ଼ । ହିନ୍ଦୁ ଧର୍ମର ବିଶ୍ଵାସ ସେବା, ସୁରକ୍ଷା ଏବଂ ସଂସ୍କାରକୁ ନେଇ ଉଠିଲା ସ୍ୱର । ଆଜି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ କୋକୋଳବା ଲକ୍ଷ୍ମୀ ନୃସିଂହ ପାହାଡ଼ ଉପରେ ପ୍ରଖଣ୍ଡର ସଭାପତି ଚନ୍ଦ୍ରକାନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ବରେ ରାଷ୍ଟ୍ରୀୟ ସ୍ଵୟଂ ସଂଘ ଓ ବିଶ୍ଵ ହିନ୍ଦୁ ପରିଷଦର ବରିଷ୍ଠ କର୍ଯ୍ୟକର୍ତ୍ତା ସହିତ ବିଭିନ୍ନ ଅଞ୍ଚଳର ହିନ୍ଦୁ ବିଚାରଧାରା କର୍ମୀ ଆସିଥିଲେ । ଉକ୍ତ ବୈଠକରେ ହିନ୍ଦୁ ଧର୍ମର ବିଭିନ୍ନ ପ୍ରକାର ସମସ୍ୟା ଓ ଏଥିସହ ଅଞ୍ଚଳରେ ଘଟୁଥିବା ହିନ୍ଦୁଙ୍କ ପ୍ରତି ଅଘଟଣ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ ବରିଷ୍ଠ କାର୍ଯ୍ୟକର୍ତ୍ତା ।

ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ପ୍ରସାଦ ପ୍ରଖଣ୍ଡର ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ । ହିନ୍ଦୁ ଧର୍ମର ଲୋକଙ୍କୁ ଯେଉଁଭଳି ଭାବେ ପ୍ରଲୋଭିତ କରାଇ ସେମାନଙ୍କୁ ଧର୍ମାନ୍ତିକରଣ କରାଯାଉଛି ସେ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନୂତନ କର୍ଯ୍ୟକ୍ରତା ଭାବେ ସମ୍ପାଦକ ବିନୋଦ କୁମାର କୁମାର ମହାରଣା,ଗୋରକ୍ଷ ପ୍ରମୁଖ ସଞ୍ଜୟ ପ୍ରଧାନ ସମେତ ଅନେକ ନୂତନ କାର୍ଯ୍ୟକର୍ତ୍ତା ରୂପେ ବହୁ ଯୁବକ ଯୋଗଦେଇ ନିଜର କାର୍ଯ୍ୟ ହିନ୍ଦୁ ସମାଜ ପାଇଁ ଉଦାହରଣ ସୃଷ୍ଟି ଲକ୍ଷ୍ୟରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *