
ଗତ କାଲି ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମା ରାଜୁ ଜିଲ୍ଲା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସାରା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଛି ସୂଚନା ଅନୁଯାୟୀ ଏକ ବସ ଖାଇରୁ ଖସିପଡିବା ଦ୍ୱାରା ୯ ଜଣଙ୍କର ମୃତ୍ୟୁ ଏବଂ ଅନେକ ଆହତ ହୋଇଥିଲେ |
ପୁଲିସ ଅଧ୍ୟକ୍ଷ ଅମିତ ବଡାରଙ୍କ ସୂଚନା ଦେଇଥିଲେ, ଭୋର ୪:୩୦ ମିନିଟରେ ଏକ ଘରୋଇ ବସ ଚିଣ୍ଟୁର୍ ମାରେ ଡୁମୁଲିଘାଟ ରୋଡ଼ରେ ଥିବା ଦୁର୍ଗା ମନ୍ଦିର ପାଖରେ ଏହି ଦୁର୍ଘଟଣାଟି ଘଟିଥିଲା | ବସରେ ଡ୍ରାଇଭର ସମେତ ୩୭ ଜଣ ଯାତ୍ରା କରୁଥିଲେ ସେହି ସମୟରେ ବସଟି ନିୟନ୍ତ୍ରଣ ହରାଇ ଖାଇରୁ ଖସି ଓଲଟି ପଡିଥିଲା | ଯାହାଫଳରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଆଉ ୨୨ ଜଣ ଗୁରୁତର ଆହତ ହୋଇଥିଲେ | ସେଥିରୁ ୬ ଜଣ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ହୋଇଥିଲେ | ଆହତମାନଙ୍କୁ ଭଦ୍ରାଚଲମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା |
ଏହି ଘଟଣାକୁ ନେଇ ସିଏମ ନାଏଡୁ ଦୁଃଖ ପ୍ରକାଶ କରିବା ସହ କହିଥିଲେ,”ଏହା ଏକ ହୃଦୟ ବିଦାରକ ଘଟଣା” | ଏହି ସଡକ ଦୁର୍ଘଟଣାରେ କେତେ ଲୋକ ଆହତ ହୋଇଛନ୍ତି ତାର ଯାଞ୍ଚ ସହ ଆହତ ମାନଙ୍କୁ କିପରି ଭଲ ଚିକିତ୍ସା ପ୍ରଦାନ କରାଯିବ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯିବ | ପଏମ ନରେନ୍ଦ୍ର ମୋଦୀ ଟ୍ଵିଟ କରି ଦୁଃଖ ପ୍ରକାଶ କରିଛନ୍ତି | ଯେଉଁମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ସେମାନଙ୍କ ପରିବାରକୁ ୧ଲକ୍ଷ ଟଙ୍କା ଏବଂ ଆହତ ହୋଇଥିବା ଯାତ୍ରୀଙ୍କୁ ୫୦ହଜାର ସହାୟତ ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି | ରାଷ୍ଟ୍ରପତି ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି |