ଯାଜପୁର ଷ୍ଟେସନ ରୁ ଦୁଇ ନାବାଳିକା ଙ୍କୁ ଉଦ୍ଧାର କରିଛି ରାମଚନ୍ଦ୍ରପୁର ପୋଲିସ୍ । ରାମଚନ୍ଦ୍ରପୁର ଥାନା ପନାସିଆ ଗାଁ ର ଦୁଇ ନାବାଳିକା ଘରୁ କେଉଁଆଡେ ଚାଲି ଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । କୈଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ଯାଜପୁର ଷ୍ଟେସନ ଠାରେ ଜଗି ବସିଥିଲେ । ୨ ନାବାଳିକା ୨ଜଣ ଯୁବକ ଙ୍କ ସହ ତାମିଲନାଡୁ ଯାଉଥିବା ଜଣାପଡ଼ିଥିଲା । ସେମାନଙ୍କୁ ଷ୍ଟେସନରେ ଠାବ କରିବାପରେ ପରିବାର ଲୋକେ ରାମଚନ୍ଦ୍ରପୁର ପୋଲିସ୍ କୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ୍ ପହଁଞ୍ଚିବାପରେ ସେଠାରୁ ଜଣେ ଯୁବକ ଫେରାର ହୋଇଯାଇଥିଲେ । ଦୁଇ ନାବାଳିକା ଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକକୁ ଥାନାକୁ ଆଣି ପଚାରା ଉଚାରା କରୁଛି ପୋଲିସ । ତେବେ ଅଟକ ଯୁବକ ଜଣକ ଯାଜପୁର ଜିଲ୍ଲା ଟମକା ଥାନା ଚିତ୍ରି ଗାଁ ର ରେନ୍ସ ପୂର୍ତ୍ତି ବୋଲି ଜଣା ପଡିଛି । ନାବାଳିକା ୨ ଜଣ ସ୍ଵଇଚ୍ଛାରେ କାମକରିବାକୁ ତାମିଲନାଡୁ ଯାଉଥିବା ନିଜ ବୟାନରେ କହିଛନ୍ତି । ପରେ ପୋଲିସ ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଅଟକ ଯୁବକ କୁ ଛାଡି ଦେଇଥିବା ଆଇଆଇସି କହିଛନ୍ତି ।