ଶ୍ରେଷ୍ଠ ସମ୍ମାନରେ ସରପଞ୍ଚ ସବିତା ସୋରେନ

ସର୍ବ ଭାରତୀୟ ସ୍ତରରେ ଆତ୍ମ ନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ଦିତୀୟ ପୁରସ୍କୃତ ପ୍ରାପ୍ତ କରିଥିବା ହାଟବାଦଡା ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସବିତା ସୋରେନ ଙ୍କୁ ହାଟବାଦଡାରେ ସୁସ୍ବାଗତ । ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର‌ ହାଟଵାଦଡା ପଞ୍ଚାୟତକୁ କେନ୍ଦ୍ରସରକାର ଜାତୀୟ ପଞ୍ଚାୟତିରାଜ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭରଶୀଳ ଗ୍ରାମପଞ୍ଚାୟତ ଭାବେ ସର୍ବ ଭାରତୀୟ ସ୍ତରୀୟ ସ୍ତରରେ ଦିତୀୟ ଶ୍ରେଷ୍ଠ ସମ୍ମାନରେ ହାଟଵାଦଡା ସରପଞ୍ଚ ସବିତା ସୋରେନଙ୍କୁ ସମ୍ମାନିତ କରିଥିଲେ ।

ଆଜି ହିଟବାଦଡାଠାରେ ଅଂଚଳ ବାସୀଙ୍କ ତରଫରୁ ହାଟବାଦଡାର ସମ୍ମାନକୁ ସର୍ବଭାରତୀୟ ସ୍ତରରେ ଦ୍ଵିଗୁଣିତ କରିଥିବା ସରପଞ୍ଚ ଶ୍ରୀମତୀ ସବିତା ସୋରେନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ହାଟବାଦଡା ବଜାରରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାଜା ବଜାଇ ଶ୍ରୀମତୀ ସୋରେନଙ୍କୁ ପାଛୋଟି ନିଆଯାଇଥିଲା । ସେଠାରେ ଅଂଚଳର ବିଶିଷ୍ଟ ସମାଜସେବୀ ଭଗବାନ ସାହୁ,ନାଣ୍ଡୁ ସାହୁ ,ହରି ସାହୁ,ଜନ୍ମେଜୟ ସେଠୀ ,ଏବଂ ସମସ୍ତ ୱାର୍ଡ ର ୱାର୍ଡ ମେମ୍ବର ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।