ଶ୍ରୀ ପ୍ରତାପଶ୍ଵର ଦେବଙ୍କ ପୀଠରେ ରୁଦ୍ର ମହାଯଜ୍ଞ

ଚିଲିକା ବ୍ଲକ ହରିପୁର ଶାସନ ସ୍ଥିତ ଶ୍ରୀ ପ୍ରତାପଶ୍ଵର ଦେବଙ୍କ ପୀଠରେ ରୁଦ୍ର ମହାଯଜ୍ଞ ଓ ଅଷ୍ଟତିଶ (୩୮) ଶମ୍ଭୁ ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ସପ୍ତ ଦିନ ବ୍ୟାପୀ ଏହି ମହାଯଜ୍ଞ ରେ ଅଙ୍କୁରାରୋପଣ, ଜଳଯାତ୍ରା, ଏକ ଶହସ୍ର ଆଠ ପୂର୍ଣ୍ଣ କଳସ ଆବାହନ କରି ମହା ସ୍ନାହ୍ମ ପୂର୍ବକ ଯଜ୍ଞ ଆରମ୍ଭ କରାଯାଇଥିଲା। ସର୍ବ ମଙ୍ଗଳ ନିମନ୍ତେ ରୁଦ୍ରାଭିଷେକ ସହ ରାମ ତାରକ ମନ୍ତ୍ର ଲିଖିତ ତିନି ଲକ୍ଷ ପଚିଶି ସହସ୍ର ବେଲପତ୍ର ଅର୍ପଣ କରାଯାଇ ପଞ୍ଚାଭିଷେକ ସହ ସାବିତ୍ରୀ ବ୍ରତ ପୂଜା ଅନୁଷ୍ଠିତ ହୋଇଥିଲା। ମହାଯଜ୍ଞ ର ଗଡକାଲି ପୂର୍ଣ୍ଣାହୁତି ଦିବସରେ ଶ୍ରୀ ଶ୍ରୀପ୍ରଚାପେଶ୍ଵର ଦେବଙ୍କ ନିମନ୍ତ୍ରଣ କ୍ରମେ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ,କଟକ ଓ ଢେଙ୍କାନାଳ ଆଦି ୬ ଟି ଜିଲ୍ଲା ରୁ ୩୮ ଶମ୍ଭୁ ଓ ୯ କାଠି ଠାକୁରାଣୀ ଙ୍କ ଆଗମନ ହୋଇଥିଲା। ଠାକୁର ମାନଙ୍କ ଆଗମନ ସମୟ ରେ ହରିପୁର ଗ୍ରାମ ରାସ୍ତା ରେ ନୂତନ ଲୁଗା ପାହାଡା ପକାଇ ସମସ୍ତ ଠାକୁର ଙ୍କୁ ଶୋଭାଯାତ୍ରାରେ ଗ୍ରାମବାସୀ ମାନେ ପାଛୋଟି ନେଇଥିଲେ। ଠାକୁର ମାନେ ଆସ୍ଥାନ ବିଜେ କରିବା ପରେ ଦିନ ତମାମ ପାରମ୍ପରିକ ପୁଜା ନୀତି ସମ୍ପୁର୍ଣ୍ଣ ପରେ ଯଜ୍ଞର ପୂର୍ଣ୍ଣାହୁତି ହୋଇଥିଲା। ସଂଧ୍ୟା ରେ ସମସ୍ତ ଠାକୁର ଠାକୁରାଣୀ ଦୋଳ ବିମାନରେ ମେଳନ ପଡିଆ କୁ ଆଗମନ କରି ଏକ ଆଧ୍ୟାତ୍ମିକ ପରିବେଶରେ ମେଳନ ଅନୁଷ୍ଠିତ ହୋଇଥିଲା। ଏହି ଯଜ୍ଞ ଓ ମେଳନ ଦର୍ଶନ ନିମନ୍ତେ ବହୁ ସଂଖ୍ୟା ରେ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ। ଶାନ୍ତି ଶୃଙ୍ଖଳା ନିମନ୍ତେ ହରିପୁର ଗ୍ରାମବାସୀ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।