ପୁରୀ: ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚାବିହାରସ୍ଥିତ ଲଷ୍ମୀ ନାରାୟଣ ମନ୍ଦିର ପରିସର ମଧ୍ୟରେ ଦଶମତମ ବିଶ୍ୱ ଶାନ୍ତି ମହାଯଜ୍ଞ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଅନୁଷ୍ଠିତ ହୋଇଯାଇଛି | ଏହି ଯଜ୍ଞର ପୂର୍ଣ୍ଣାହୁତି ମାଘ ସପ୍ତମୀଦିନ ଅନୁଷ୍ଠିତ ହେବ |
ପ୍ରଥମେ ଅଂଚଳର ବାସିନ୍ଦା କଳସୀରେ ଜଳ ଆଣି ମନ୍ଦିର ପରିସରରେ ଥିବା ଯଜ୍ଞ ସ୍ଥାନରେ ରଖିଥିଲେ | ତତ୍ ପରେ ଆଜି ଯଜ୍ଞ ଉପଯୋଗୀ ନୀତି ସମାପନ କରି ସୂର୍ଯ୍ୟ ପୂଜା ଵିଧିରୁ ଶୁଭ ଆରମ୍ଭ କରାଯାଇଥିଲା l
ଏଥିରେ ମୁଖ୍ୟ କର୍ତ୍ତା ଅଶୋକ ଚନ୍ଦ୍ର ମହାପାତ୍ର, କର୍ତ୍ତୀ ସଂଯୁକ୍ତା ମହାପାତ୍ର ଶୁଦ୍ଧ ପୂତ ଭାବେ ସକଳ୍ପ କରି ଯଜ୍ଞର ଶୁଭ ଆରମ୍ଭ କରିଥିଲେ ଏବଂ ଉନ୍ନୟନ ପରିଷଦର ସଭାପତି ପ୍ରଦୀପ୍ତ ନାୟକ, ସମ୍ପାଦକ ସୁରେଶ ଦଳେଇ, ଉପସଭାପତି କୃପାସିନ୍ଧୁ ରାଉତରାଏ, କୋଷାଧ୍ୟକ୍ଷ ସ୍ୱମେନ୍ଦ୍ର ପାଇକରାଏଙ୍କ ସମେତ
ସଂଗ୍ରାମ ମିଶ୍ର, ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ଜେନା, ଜୟନ୍ତ କୁମାର ମହାପାତ୍ର ଓ ଉନ୍ନୟନ ପରିଷଦର ସମସ୍ତ ସଦସ୍ୟବୃନ୍ଦ ଏବଂ ଗୁଣ୍ଡିଚା ବିହାରର ସମସ୍ତ ବାସିନ୍ଦା ଏହି ଯଜ୍ଞରେ ପୂର୍ଣ୍ଣ ସହଯୋଗ କରିଥିଲେ |