
ଶ୍ରମିକ ଦିବସ ଅବସରରେ ଗୁଣପୁର ବାଳିକା ବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଦେଇ ବାଇପାସ୍ ଛକ ନାଗଭୂଷଣ ପଟ୍ଟନାୟକଙ୍କୁ ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୁଷଣ ପଟ୍ଟନାୟକ ଓ ତ୍ରିପତି ଗମାଙ୍ଗ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ପରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରେ ପତାକା ଉତ୍ତୋଳନ କରାଯାଇଥିଲା । ମଇ ୧ ତାରିଖ ଦିନ ଆମେରିକାର ଚିକାଗୋ ସହରରେ ୧୮୮୬ ମସିହାରେ ୮ ଘଣ୍ଟା ଶ୍ରମ ଆଇନ ନେଇ ଲଢେଇରେ ଶ୍ରମିକ ମାନଙ୍କ ୮ ଘଣ୍ଟା ଶ୍ରମ ଆଇନ କରାଯାଇଛି । ତେଣୁ ସେହି ୪ ଟି ଶ୍ରମ ଆଇନ ବାତିଲ କରିବା ଓ ଘରୋଇ କରଣ ବନ୍ଦ କରିବା ସହ କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା ପାଇଁ ଦାବି ଜଣାଇଛନ୍ତି ।

ସେହିପରି ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା ଭଳି ୩ ଟି ଅପରାଧୀକ କଳା ଆଇନ ବାତିଲ କରିବା ଓ କର୍ପୋରେଟ ଲୁଟ ବନ୍ଦ କରିବା ସହ ଶ୍ରମିକ ମାନଙ୍କୁ ମାସିକ ୨୬ ହଜାର ଟଙ୍କା ଓ ପେନସନ ୧୫ ହଜାର ଟଙ୍କା ପ୍ରଦାନ କରିବା ନେଇ ଫଣୀଭୁଷଣ ପଟ୍ଟନାୟକ ଦାବି କରିଥିଲେ । ଏହି ରାଲି ଶୋଭାଯାତ୍ରା ରେ ସଭାପତି ଫଣୀଭୁଷଣ ପଟ୍ଟନାୟକ, କୋଷାଧ୍ୟକ୍ଷ କିଶୋର ମହାନ୍ତି, ପି ଭେଙ୍କଟ ରାଓ , ଦିଲ୍ଲୀପ କୁମାର ପଟ୍ଟନାୟକ, ସି ପି ଆଇ .ଏମଏଲ . ଲିବରେସନ ରାୟଗଡା ଓଡିଶା ସମ୍ପାଦକ ତ୍ରିପତି ଗମାଙ୍ଗ ଉପସ୍ଥିତ ରହି ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ପାଳନ କରି , ନିଜର ପାରିଶ୍ରମିକ ହକ ପାଇବା ପାଇଁ ଗୁଣପୁର ସହରରେ ଏକ ଶୋଭାଯାତ୍ରାରେ ବାହାରି ଦାବି ଜଣାଇବା ଥିବା ଦେଖିବାକୁ ମିଳିଥିଲା ।